July 8, 2024

ବୁଗୁଡ଼ା ମିଡ଼ିଆ କ୍ଳବର ସାଧାରଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

Share


ବୁଗୁଡ଼ା : ତା ୩୦/୦୬/୨୪ : ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ବୁଗୁଡ଼ା ମିଡ଼ିଆ କ୍ଳବର ଏକ ସାଧାରଣ ବୈଠକ ସଭାପତି ଅନିଲ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ବୈଠକରେ ଆୟବ୍ୟୟର ସମୀକ୍ଷା , ଆଗାମୀ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତି ସହ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସଭାପତି ଭାବେ ଅନିଲ ପଟ୍ଟନାୟକ ଓ ଉପସଭାପତି ଭାବେ ମନୋରଞ୍ଜନ ଦାଶ ମନୋନୀତ ହୋଇଥିବା ବେଳେ ପ୍ରଫୁଲ୍ଲ କୁମାର ପଟ୍ଟନାୟକ-ସମ୍ପାଦକ , ହର ପ୍ରସାଦ ପାଢ଼ୀ-ସହସମ୍ପାଦକ , ବିଶ୍ୱ ମୋହନ ମିଶ୍ର-କୋଷାଧକ୍ଷ ଓ କାଳୀ ଚରଣ ଦାଶ-ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ l ଏହି ବୈଠକରେ ସଦସ୍ୟ ଅଭୟ ପ୍ରସାଦ ପାଣିଗ୍ରାହୀ,ସଞ୍ଜିବ କୁମାର ତ୍ରିପାଠୀ, ଏସ୍.ଶିବ ପ୍ରସାଦ ଦୋରା ଉପସ୍ଥିତ ଥିଲେ l ପରିଶେଷରେ ରାମ ନାରାୟଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l