April 12, 2025

ମିନବଜାରରେ ଅପ୍ରୀତିକର ପରିସ୍ଥିତି ବଜାର ଭିତରେ ବୁଲିଲା ଠେଙ୍ଗା ବାଡ଼ି

Share

ମିନବଜାରରେ ଅପ୍ରୀତିକର ପରିସ୍ଥିତି
ବଜାର ଭିତରେ ବୁଲିଲା ଠେଙ୍ଗା ବାଡ଼ି

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରଥଯାତ୍ରା ଅବସରରେ ଗୁଣୁପୁର ରଥଯାତ୍ରା ପଡ଼ିଆରେ ମିନବଜାର ପଡିଛି । ପ୍ରତିଦିନ ଲୋକେ ଏଠାରେ କିଣାବିକା କରୁଥିବା ବେଳେ ଆଜି ରାତ୍ରି ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ସ୍ଥାନୀୟ କିଛି ଲୋକ ଓ ମିନବଜାର ଦୋକାନୀ ଙ୍କ ମଧ୍ୟରେ କୌଣସି କାରଣରୁ ବଚସା ଓ ପରେ ହତାହାତି ପରିସ୍ଥିତି ଉପୁଜିଥିଲା । ଘଟଣା ଏପରି ହେଲା ଯେ ବଜାର ଭିତରେ ଠେଙ୍ଗା ବାଡ଼ି ଧରି ଗୋଡ଼ା ଗୋଡି, ଜିନିଷ ପତ୍ର ଫୋପଡା ଫୋପଡ଼ି ହୋଇ ଏଣେତେଣେ ପଡିଥିଲା । ସେଠାରେ ଥିବା ଲୋକେ ଭୟରେ ଠେଲାପେଲା ହୋଇ ଦୌଡ଼ିବାକୁ ଲାଗିଥିଲେ । ପୁଲିସ ପହଞ୍ଚି ଅପ୍ରୀତିକର ପରିସ୍ଥିତି ନିୟନ୍ତ୍ରଣ କରିବା ସହ ବର୍ତ୍ତମାନ ସୁଦ୍ଧା ମିନବଜାର ର କିଛି ଦୋକାନ ବଜାର କୁ ବନ୍ଦ ରଖାଯାଇଛି । ଆଜି ଏକାଦଶୀ ତିଥିରେ ଶ୍ରୀଜୀଙ୍କ ସୁନାବେଶ ଦର୍ଶନ କରିବା ପାଇଁ ଗୁଣୁପୁର ରେ ପ୍ରବଳ ଜନସମାଗମ ହୋଇଥିଲା ।