June 1, 2025

ଅବସରପ୍ରାପ୍ତ ଅବକାରୀ କର୍ମଚାରୀଙ୍କ ଦେହାନ୍ତ 

Share

 

ବୁଗୁଡା : ତା ୩୦/୦୫/୨୫ : ସ୍ଥାନୀୟ ନୃସିଂହ ମନ୍ଦିର ସାହି ନିବାସୀ ଅବସରପ୍ରାପ୍ତ ଅବକାରୀ କର୍ମଚାରୀ କୈଳାସ ଚନ୍ଦ୍ର ଦାଶ(୭୩)ଙ୍କ ଦେହାନ୍ତ ହୋଇଯାଇଛି। ଗତ ଗୁରୁବାର ଅପରାହ୍ନରେ ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ। ମୃତ୍ଯୁ ସମୟରେ ତାଙ୍କ ନିକଟରେ ସ୍ତ୍ରୀ, ପୁଅ ଓ ବୋହୁଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା। ସେ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଥିଲେ। ତାଙ୍କର ମୃତ୍ଯୁରେ ଶୋକର ଛାୟା ଖେଳିଯାଇଛି।

You may have missed