March 10, 2026

ପକ୍ଷୀ ମିତ୍ର ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ….

nhh
Share


ବୁଗୁଡା : ତା ୩୦/୦୫/୨୪ : ସ୍ଥାନୀୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଷ୍ଟୁଡେଣ୍ଟସ୍ ଫର୍ ଡେଭେଲପମେଣ୍ଟ ୟୁନିଟ୍ ପକ୍ଷରୁ ପକ୍ଷୀ ମିତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଦ୍ବିତୀୟ ଅର୍କକ୍ଷେତ୍ର ଭାବେ ଖ୍ୟାତ ବୁଗୁଡାର ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ରହିଥିବା ବିଭିନ୍ନ ବୃକ୍ଷରେ ପକ୍ଷୀଙ୍କ ନିମନ୍ତେ ଜଳପାତ୍ର ସ୍ଥାପନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ସଂପ୍ରତି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ପାଣି ଟୋପାଏ ପାଇବା ପାଇଁ ଛଟପଟ ହେଉଥିବା ପକ୍ଷୀଙ୍କୁ ଜଳ ଯୋଗାଣ ଉଦ୍ଦେଶ୍ଯରେ ଏଭଳି ବୃକ୍ଷ ମଧ୍ଯେ ଜଳପାତ୍ର ସ୍ଥାପନ ବ୍ଯବସ୍ଥା କରାଯାଇଥିଲା । ଏପରି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ କରାଯିବା ସହ ପକ୍ଷୀ ମିତ୍ର ହେବା ନିମନ୍ତେ ଜନ ସଚେତନତା ସୃଷ୍ଟି କରାଯିବାର ଯୋଜନା ରହିଥିବା ବେଳେ ଆଗାମୀ ଦିନରେ ବୁଦ୍ଧଖୋଲଠାରେ ଏହି କାର୍ଯ୍ୟକ୍ରମର ସମାପନ ଉତ୍ସବ ଅନୁଷ୍ଠିତ ହେବ ବୋଲି ଗଞ୍ଜାମ ଜିଲ୍ଲା ଏବିଭିପି ସଂଯୋଜକ ରାକେଶ ଜେନାଙ୍କଠାରୁ ପ୍ରକାଶ ପାଇଛି । ଉକ୍ତ ପ୍ରଶଂସନୀୟ କାର୍ଯ୍ୟକ୍ରମରେ ନଗର ସହ-ସମ୍ପାଦକ ସୌଭାଗ୍ୟ ସାହୁ , ଓମ୍ କୁମାର ଗୌଡ , କେ.ଶୁଭମ୍ ଆଚାରୀ , କାହ୍ନା ସ୍ବାଇଁ., ଶିବରାମ ନାୟକ ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମାର୍ଗ ପ୍ରମୁଖ କାହ୍ନୁ ଚରଣ ପାଢୀ ଅଂଶ ଗ୍ରହଣ କରିଥିଲେ ।