March 7, 2026

ମାରିଲା ଘଡଘଡି, ଟଳି ପଡିଲେ ଯୁବତୀ ….

hand
Share

 

ମୋହନା –ଚାରିଆଡେ ଭୀଷଣ ଗରମ ରେ ଲୋକେ ସଢୁଥିବା ବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ କିଛି ବର୍ଷା ହେଲା l ହେଲେ ବର୍ଷା ଲୋକଙ୍କୁ ଆଶ୍ୱସ୍ତି ଦେବ କଣ ଓଲଟା ଘଡଘଡି ହୋଇ ବିଜୁଳି ମାରି ଜଣକ ଜୀବନ ନେଇଗଲା l ଘଟଣା ହେଉଛି ଗଜପତି ଜିଲ୍ଲା ମୋହନା ଥାନା ରାଚାଗୁଡା ଗ୍ରାମର l ମଳାସପଦର ପଞ୍ଚାୟତ ରାଚାଗୁଡା ଗ୍ରାମର ତୁଳସୀ ଦଳାଇ ନାମକ ଏକ ଯୁବତୀ ଗାଁ ପାଖ ଏକ ନାଳରୁ ଗାଧୋଇ ଫେରିବା ବେଳେ ହଟାତ ଘଡଘଡି ସହ ବିଜୁଳି ମାରିଥିଲା, ଆଉ ସେଇ ବିଜୁଳିରେ ଆଘାତ ପାଇ ତୁଳସୀ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ l ଗାଁ ଲୋକଙ୍କ ସହାୟତା ରେ ତୁଳସୀ କୁ ମୋହନା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l