June 29, 2024

 ଶେଷ ଦିନରେ ତୁଷାରକନ୍ତି ଙ୍କ ଜୋରଦାର ପ୍ରଚାର ….

Share

ଅସ୍ତରଙ୍ଗ,,ଗୁରୁବାର ସଂଧ୍ୟାରେ ଶରୁଛି ଚଳିତ ବର୍ଷର ନିର୍ବାଚନ ପ୍ରଚାର ।ଶନିବାର ତଥା ୧ ତାରିଖ ଦିନ ଦେଶର ଶେଷ ପର୍ଯ୍ୟାୟ ମତଦାନ ଥିବା ବେଳେ,୪ତାରିଖ ଦିନ ରହିଛି ଭୋଟ ଗଣତି । ସେହି ଅନୁଯାୟୀ କାକଟପୁର ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ପ୍ରାର୍ଥୀ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କର ନିର୍ବାଚନ ପ୍ରଚାରକୁ ଜୋର ଦାର କରିଛନ୍ତି । ସେ ଓ ତାଙ୍କ ସହ ଧର୍ମିଣି ଙ୍କ ସମେତ, ତାଙ୍କର ଦଳୀୟ କର୍ମୀ ମାନଙ୍କୁ ଧରି ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ତୁଷାରକାନ୍ତି ଜଣେ ଭଦ୍ର,ସରଳ ଶିକ୍ଷିତ ପ୍ରା ଥ୍ରୀ ଥିବାରୁ ଗ୍ରାମ ମାନଙ୍କରେ ତୁଷାର ଙ୍କୁ ବିପୁଳ ସମ୍ପର୍ଦ୍ଧନା ମିଳୁ ଥିବାର ଦେଖିବାକୁ ମିଳୁ ଅଛି । ଆସନ୍ତା ନିର୍ବାଚନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତ ମୁଠାକୁ ଟାଣ କରିବା କୁ ହେଲେ ବିଧାୟକ, ଓ ସଂସଦ ପ୍ରାଥିଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସେ ନିବେଦନ କରି ଭୋଟ ଭିକ୍ଷା କରୁଛନ୍ତି ।
ଅପର ପକ୍ଷରେ କାକଟପୁର ନିର୍ବାଚନ ମଣ୍ଡଳୀରେ,୧୧ ଜଣ ପ୍ରାଥି ପ୍ରତି ଦୋନ୍ଦିତା କରୁଥିବା ବେଳେ,ତିନୋଟି ଦଳ ତଥା କଂଗ୍ରେସ,ବିଜେପି ଓ ବିଜେଡ଼ି ଦଳର ପ୍ରାଥି ଙ୍କ ମଧ୍ୟରେ କଡା ଟକର ହେବା ସହ ଭୋଟ ଗଣତି ପରେ କିଏ ବା କେଉଁ ଦଳ ବାଜିମାତ କରିବ ତାହା କେବଳ ଦେଖିବାକୁ ବାକି ରହିଲା ।
(ଦୁଃଶାସନ ନାୟକ,ଅସ୍ତରଙ୍ଗ)