November 16, 2024

ବଳରାମ ଯୋଜନା ବ୍ଲକ ସ୍ତରୀୟ ଋଣ ମେଳା

Share

କୁକୁଡ଼ାଖଣ୍ତି ବ୍ଲକରେ ବଳରାମ ଯୋଜନା ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ କୁକୁଡ଼ାଖଣ୍ତି ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ପ୍ରସନ୍ନ କୁମାର ସ୍ୱାଇଁ ପରିଚାଳନା କରିଥିଲେ । ଏଥିରେ କୁକୁଡାଖଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଏହି ଋଣ ମେଳା କୁ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ କୃଷକ ଉପଦେଷ୍ଟା ମଣ୍ଡଳୀ ଆତ୍ମାର ଅଧ୍ୟକ୍ଷ ଟି. ରଘୁ ପ୍ରସାଦ ପାତ୍ର, କୁକୁଡାଖଣ୍ଡି ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଆଶିଷ କୁମାର ସାହୁ, କୁକୁଡ଼ାଖଣ୍ତି ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଶାଖା ପରିଚାଳକ ଅବିନାଶ ପାଢ଼ୀ, କୁକୁଡ଼ାଖଣ୍ତି ସମବାୟ ବ୍ୟାଙ୍କ ସୁପରଭାଇଜର ନୀଳାଞ୍ଚଳ ସାହୁ, କୁକୁଡ଼ାଖଣ୍ତି ସହକାରୀ ମସ୍ଚ୍ୟ ଅଧିକାରୀ ମୋନାଲିସା ମିଶ୍ର, ସହକାରୀ କୃଷି ଅଧିକାରୀ ସଂଯୁକ୍ତା ପାତ୍ର ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। ଏହି ଋଣ ମେଳାରେ ସାତ ଗୋଟି ମିଳିତ ଦେୟ ଗୋଷ୍ଠି ( ଜେ ଏଲ ଜି ) କୁ ୧୩ ଲକ୍ଷ ୪୦ ହଜାର ଟଙ୍କା ଚାଷ ଋଣ ପ୍ରଦାନ କରାଗଲା । ଏଥିରେ ବିଭିନ୍ନ ସମବାୟ ସମିତି ଯଥା ଦକ୍ଷିଣପୁର, ରୋହିଗାଁ, ପାଣ୍ଡିଆଝୋଳି, କୁକୁଡାଖଣ୍ଡି , ଅମ୍ବାଗଡ଼, ବୋରିଗାଁ, ହୁଗୁଳାପଟ୍ଟା ସେବା ସମବାୟ ସମିତିର ସମ୍ପାଦକ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କୃଷି ଅଧିଦର୍ଶକ ବାସନ୍ତୀ ବେହେରା, ଶାନ୍ତିଲତା ବେହେରା, ଗ୍ରାମ କୃଷି କର୍ମଚାରୀ ଅନିଲ କୁମାର ପଣ୍ଡା, ଶଙ୍କର୍ଷଣ ଗୌଡ଼, ବ୍ଲକ ବୈଷୟକ ପରିଚଳିକା ପି.ଇନ୍ଦ୍ରଜା , ସହକାରୀ ବୈଷୟକ ପରିଚଳିକା କଳ୍ପନା ରାଣୀ ମହାନ୍ତି , ତିତିକ୍ଷ୍ୟା ଚୌଧୁରୀ ଓ ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed