March 10, 2026

ଭିଜିଲାନ୍ସ ଜାଲରେ ତିନି ସରକାରୀ ବାବୁ

IMG-20230530-WA0000
Share

 

 

କୁକୁଡ଼ାଖଣ୍ତି ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ୧୦, ୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଜଣେ କନିଷ୍ଠ ଯନ୍ତ୍ରୀ, ଜଣେ ଏଷ୍ଟିମେଟର ଓ ଖଲାସି ଧରାପଡ଼ିଥି ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ଗଣେଷ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । କୁକୁଡ଼ାଖଣ୍ଡି ବ୍ଳକ ମନୋହର। ବଡ଼ବନ୍ଧ ପ୍ରକଳ୍ପର ପୁନଃଉଦ୍ଧାର କାର୍ଯ୍ୟ ଠିକାରେ ନେଇଥିବା ଠିକାଦାରଙ୍କ ଏଗ୍ରିମେଣ୍ଟ ଫାଇଲ କାର୍ଯ୍ୟକାରୀ ପାଇଁ ଚୁକ୍ତିନାମା ପତ୍ର ପ୍ରଦାନ କରିବା ନିମନ୍ତେ ୨୪୦୦୦ ଟଙ୍କା ଲାଞ୍ଚ ନଉଥିବା ବେଳେ ମାଇନର ଇରିଗେସନର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଢ଼ୀ, ଯନ୍ତ୍ରୀ ଏସଟିମେଟର ଧୀରେନ୍ଦ୍ର କୁମାର ପଣ୍ଡା, ଖାଲାସି ଅଜୟ କୁମାର ପାତ୍ର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ନଗଦ ଦଶ ହଜାର ଟଙ୍କା ଓ ଫୋନ ପେ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତିି ।ଏନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ୧୦ ହଜାର ଟଙ୍କା କାର୍ଯ୍ୟାଳୟରେ ଦେଇଥିଲେ । ଏହି ସମୟର ମାଇନର ଇରିଗେସନର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଢ଼ୀ, ଯନ୍ତ୍ରୀ ଏସଟିମେଟର ଧୀରେନ୍ଦ୍ର କୁମାର ପଣ୍ଡା, ଖାଲାସି ଅଜୟ କୁମାର ପାତ୍ର ଠାରୁ ଭିଜିଲାନ୍ସ ଅଧିକାରୀ ମାନେ ଟଙ୍କା ଜବତ କରିବା ସହ ଗିରଫ କରି ନେଇଯାଇଥିଲେ । ଏଥିରେ ଭିଜିଲାନ୍ସ ବିଭାଗର ଡିଏସପି ଓ ଇନ୍ସପେକ୍ଟର ସୌମ୍ୟ କାନ୍ତ ପଣ୍ଡାଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ରହି ଚଢ଼ାଉ କରି ଏନେଇ ଏକ ମାମଲା ରୁଜୁ ହୋଇଛି । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ