April 30, 2025

ପୁଣି ତେଜିଲା ମାଟି ମାଫିଆ ଙ୍କ ଆତଙ୍କ, ଏଠି ପ୍ରଶାସନ ଚୁପ୍

Share

     ୧- ପୁଣି ତେଜିଲା ମାଟି ମାଫିଆ ଙ୍କ ଆତଙ୍କ,୨- ଏଠି ପ୍ରଶାସନ ଚୁପ୍, ୩- ଫତେପୁର ପଞ୍ଚାୟତ ସମିତି ସଭ୍ୟା ଙ୍କ ବାରି ତଳୁ ଉଠୁଛି ମାଟି,୪- ଦିନ ରାତି ଟ୍ରାକ୍ଟର ସାହାଯ୍ୟରେ ଉଠୁଛି ମାଟି, ୫- ହଜାର ହଜାର ଟ୍ରିଫ୍ ମାଟି ବ୍ରିକ୍ରି କରୁଛନ୍ତି ମାଟି ମାଫିଆ, ୬- ପ୍ରତାପପୁର, ପୋଲେଇ, ଖରିଗୋଠ, ଗଣ୍ଡକିପୁର ଗହିର ରୁ ଉଠୁଛି ମାଟି, ୭- ଧରା ହେଉଛି ମାଟି ବୋଝେଇ ଟ୍ରାକ୍ଟର, ହେଲେ ଧରା ପଡୁନି ମାଟି ବିକ୍ରି କରୁଥିବା ମାଟି ମାଫିଆ,୮- କାହା ବାହୁ ବଳରେ ବଳିଆନ ମାଟି ମାଫିଆ,୯-କେବେ ଗିରଫ ହେବ ମାଟି ମାଫିଆ। ଏଭଳି ମାଟି ମାଫିଆ ଙ୍କ କାର୍ଯ୍ୟ ଦେଖିବାକୁ ମିଳୁଛି କୁଜଙ୍ଗ ତହସିଲ୍ ଅଧିନ ଫତେପୁର, ପ୍ରତାପପୁର, ପୋଲେଇ, ଖରିଗୋଠ ଓ ଗଣ୍ଡକିପୁର ଗହୀର ମଝିରେ। ପ୍ରତିଦିନ ଗଣ୍ଡକିପୁର ଖାରିଗୋଠ, ପ୍ରତାପପୁର ଓ ପୋଲେଇ ଗହିର ମଝିରୁ ଟ୍ରାକ୍ଟର ସାହାଯ୍ୟରେ ହଜାର ହଜାର ଟ୍ରିପ ମାଟି ବିକ୍ରି କରୁଛନ୍ତି ମାଟି ମାଫିଆ ମାନେ। କିନ୍ତୁ ଏଠି ପ୍ରଶାସନ ଚୁପ୍। ପ୍ରଶାସନକୁ ଜଣାଇଲେ କିଛି ସୁଫଳ ମିଳୁନି ହେଲେ ଫତେପୁର ପଞ୍ଚାୟତ ର ସମିତି ସଭ୍ୟା ଙ୍କ ବାରି ତାଳୁ ମାଟି ଉଠୁଛି ହେଲେ ସମିତି ସଭ୍ୟା ଚୁପ୍। କଣ ରହିଛି ରହସ୍ୟ ଜାଣି ହେଉନି କି ବୁଝି ହେଉନି ହେଲେ ଏଠି ମନ୍ତ୍ରୀ ଙ୍କୁ ବଦନାମ କରାଯାଉଅଛି । କିଛି ଦିନ ହେବ ମାଟି ମାଫିଆ ମାନେ ଟ୍ରାକ୍ଟର ସାହାଯ୍ୟରେ ମାଟି ଉଠାଉ ଥିବା ବେଳେ ପ୍ରଶାସନକୁ ସେଠାରେ ପହଞ୍ଚିଥିଲା ହେଲେ ମାଟି ମାଫିଆ ମାନେ ପ୍ରଶାସନଙ୍କୁ ଅଶିଳ ଭାଷାରେ ଗାଳି କରିଥିଲେ। ହେଲେ ମାଟି ମାଫିଆ ଙ୍କ ବିରୁଦ୍ଧରେ ପ୍ରଶାସନର କାର୍ଯ୍ୟନୁଷ୍ଠାନ ଶୁନ। କାହା ନିର୍ଦ୍ଦେଶ କ୍ରମେ ମାଟି ମାଫିଆ ମାନେ ଶକ୍ତି ଶାଳୀ ହୋଇ ଦିନ ରାତି ଟ୍ରାକ୍ଟର ସାହାଯ୍ୟର ହଜାର ହଜାର ଟ୍ରୀପ ମାଟି ଉଠାଇ ବିକ୍ରି କରୁଛନ୍ତି। ପ୍ରତୀ ଦିନ ପ୍ରଶାସନ ପକ୍ଷରୁ ପେଟ୍ରୋଲିଙ୍ଗି ହେବା ଦରକାର ବୋଲି ଫତେପୁର ପଞ୍ଚାୟତ ର ସମାଜ ସେବୀ ପତିତ ବରାଳ କହିଛନ୍ତି। ଅନ୍ୟ ପଟେ ଆମ ପ୍ରତିନିଧି ଫତେପୁର ସମିତି ସଭ୍ୟା ଙ୍କ ପ୍ରତିନିଧି ଙ୍କୁ ଏ ବିଷୟରେ ପଚାରିବାରୁ ଯେଉଁମାନେ ମାଟି ଚୋରୀ କରି ବିକ୍ରି କରୁଛନ୍ତି ତାଙ୍କ ପ୍ରତି ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କହିଛନ୍ତି । (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )