November 23, 2024

ଦିନ ପରିବର୍ତ୍ତେ ରାତିର ପ୍ରଚାର କୁ ଗୁରୁତ୍ୱ ଦେଉଛନ୍ତି ନେତା…….

Share

 

ଉମରକୋଟ:-ଦିନରେ ଡହ ଡହ ଖରା ସାଙ୍ଗକୁ ଅସହ୍ୟ ଗରମ ଗାଁ ହେଉକି ସହର ପାରା ୪୦ଡିଗ୍ରୀ ଉପରେ ତେଣୁ ନେତା ଦିନ ପରିବର୍ତ୍ତେ ରାତିରେ ପ୍ରଚାର କୁ ଗୁରୁତ୍ୱ ଦେଉଛନ୍ତି!ପ୍ରଚାର କରିବାର ସମୟ ଏବେ ଧୀରେ ଧୀରେ ଦିନରୁ ରାତି ଆଡ଼କୁ ଯାଉଛି ।ଖାଲି ଛୋଟମୋଟ ସଭା, ପଦଯାତ୍ରା କି ଘରକୁ ଘର ବୁଲା ନୁହେଁ,ରୋଡ୍ ଶୋ ଓ କର୍ମୀ ସମ୍ମିଳନୀ ଭଳି କାର୍ଯ୍ୟକ୍ରମ ରାତିରେ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ପ୍ରବଳ ଖରା ଓ ପ୍ରଚଣ୍ଡ ତାତି ପାଇଁ ରାଜ୍ୟରେ ପ୍ରଚାର କରିବାର ପାରମ୍ପରିକ ଧାରା ବଦଳି ଯାଇଛି । ଡହଡହ ଖରା ଓ ପ୍ରଚଣ୍ଡ ତାତିରେ କିଛି ଦିନ ସନ୍ତୁଳି ହେବା ପରେ ରାତି ପ୍ରଚାରକୁ ବାଛିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା । ପ୍ରଚାର କରିବାର ସମୟ ଏବେ ଧୀରେ ଧୀରେ ଦିନରୁ ରାତି ଆଡ଼କୁ ଯାଉଛି ।ଗ୍ରୀଷ୍ମପ୍ରବାହରେ ନେତାଙ୍କଠାରୁ କର୍ମୀ ଓ ଲୋକେ ଅଧିକ ଘାଣ୍ଟି ହେଉଛନ୍ତି । ୧୦ଟାରୁ ୧୧ଟା ସୁଦ୍ଧା ତାତି ବଢ଼ିଯାଉଛି । ସକାଳୁ ଗାଁ ବୁଲା ଆରମ୍ଭ କଲେ ଦିନ ୧୦ଟା ଭିତରେ 50ଟି ଘରେ ପହଞ୍ଚିବା ମୁସ୍କିଲ ହେଉଛି । ଏଥିପାଇଁ ସନ୍ଧ୍ୟାରୁ ନେଇ ବିଳମ୍ବିତ ରାତି ଯାଏ ପ୍ରଚାର କରିବାକୁ ନେତାମାନେ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଅପେକ୍ଷାକୃତ ଥଣ୍ଡା ପାଗ ରହୁଥିବାରୁ ଅଧିକ ସମୟ ଯାଏ ପ୍ରଚାର କରିବା ସମ୍ଭବ ହେଉଛି । ମତଦାନ ତାରିଖ ପାଖେଇ ଆସିଲାଣି ଏବେ ଯେତେ ଅଧିକ ଭୋଟର ପାଖକୁ ପହଞ୍ଚିବେ ସେତେ ଅଧିକ ଲାଭ ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ ଅନ୍ୟ ଦଳ ନେତା ଙ୍କ ଠାରୁ ଦୁଇ ପାଦ ଆଗରେ ଅଛନ୍ତି! ସେ ରାତିରେ ଘର ଘର କୁ ଯାଇ ପ୍ରଚାର କରିବା ଦେଖା ଯାଇ ଥିଲା(ଏମ୍.ଦିନା°ଶୁ ଆଚାରୀ)