April 1, 2025
Share

 

 

ବେଲଗୁଣ୍ଠା,୩୦/୦୩,ଗୋବରା ଠାରୁ ନୂଆଁପଡ଼ା ଯିବା ରାସ୍ତାରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟି ବିଦ୍ୟୁତ୍ ତାର ସମେତ କିଛି ପାଳଗଦା ମଧ୍ୟ ପୋଡ଼ିଯାଇଛି I ସୂଚନା ପ୍ରକାରେ ଶନିବାର ରାତିରେ ଗୋବରା ନୂଆଁପଡ଼ା ରାସ୍ତାରେ ଥିବା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ କୌଣସି କାରଣରୁ ନିଆଁ ଲାଗିବା ଯୋଗୁଁ ଉପରେ ଯାଇଥିବା ବିଦ୍ୟୁତ୍ ତାର ପୋଡ଼ିଯାଇଥିଲା I ଫଳରେ ହଠାତ୍ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ହୋଇଯାଇଥିଲା I ହଠାତ୍ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯିବା ଯୋଗୁଁ ନିକଟରେ ରହୁଥିବା ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ବିଶ୍ୱାଳ ବାହାରକୁ ଆସି ବାହାରେ ନିଆଁ ଲାଗିଯାଇଥିବା ଦେଖିବାକୁ ପାଇଥିଲେ I ଏନେଇ ସେ ସଙ୍ଗେ ସଙ୍ଗେ ୧୧୨ ଯୋଗେ ଦମକଳକୁ ଖବର ଦେବାପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ I ଅଗ୍ନିଶମ ବାହିନୀ କର୍ମଚାରୀ ରମେଶ ଚନ୍ଦ୍ର ନାୟକ,ସନୁଜ ଦେହୁରୁ,ରଘୁନାଥ ସାହୁ,ସଞ୍ଜୟ କୁମାର ବେହେରା ପ୍ରମୁଖ ନିଆଁକୁ ଆୟତ କରିଥିବା ବେଳେ ଏଥିରେ ସ୍ଥାନୀୟ ବାସୀନ୍ଦା ଆଇନୀଜୀବୀ ସନ୍ତୋଷ କୁମାର ବିଶ୍ୱାଳ ଏବଂ ଭିକାରୀ କାମ୍ପ ସହଯୋଗ କରିଥିଲେ I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ