March 11, 2026

ଅସ୍ତରଙ୍ଗ ପୋଲିସ କବ୍ଜା ରେ ବ୍ରାଉନ ଶୁଗାର ବେପାରୀ …

pcp
Share

ଅସ୍ତରଙ୍ଗ, ଦିନକୁ ଦିନ ଅସ୍ତରଙ୍ଗ ଅଞ୍ଚଳ ରେ ବଢ଼ି ଚାଲିଛି ନିଶା କାରବାର । ଚୋରା ମଦ ବ୍ୟବସାୟ ଠାରୁ ଆରମ୍ଭ କରି ବୃଦ୍ଧି ପାଇବାରେ ଲାଗିଛ ଧଳା ଜହର ବ୍ୟବସାୟ ,ସହ ବ୍ରାଉନ ସୁଗାର ମଧ୍ୟ । ବ୍ରାଉନସୁଗାର ବେପାରୀ ଙ୍କୁ ଧରିବା ପାଇଁ ଅସ୍ତରଙ୍ଗ ପୋଲିସ ତରଫରୁ ଦୀର୍ଘ ଦିନ ହେବ ଥାନା ଅଧିକାରୀ ରାଜେଶ ବଳିୟାରସିଂ ଙ୍କ ନେତୃତ୍ୱ ରେ ଏକ ସ୍ପେସିଆଲ ଟିମ୍ ଗଠନ ହୋଇଥିଲା । କିନ୍ତୁ ଶନିବାର ସକାଳ ୭:୩୦ମିନିଟ ପାଖାପାଖି ଅସ୍ତରଙ୍ଗ ଥାନା ପୋଲିସ ସବ ଇନିସପେକ୍ଟର ଅଜୟ ନାୟକ, ବିଶେଷ ସୂତ୍ର ରୁ ଖବର ପାଇ ଏହି ଥାନା ଅଧୀନ ଓସିଆଁ, ରାସ୍ତା ରେ ପାଞ୍ଚ ଜଣିଆ ଟିମ୍ ଙ୍କୁ ନେଇ ଏକ ଧଳା ଜହର ବ୍ୟବସାୟୀ କୁ କାବୁ କରିଥିଲେ । ତାକୁ ହାଜତ କୁ ଆଣି ପଚରା ଉଚରା କରିବା ସହିତ ତା ପାଖରୁ ନଗଦ ୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ । କେସ ନମ୍ୱର୍ ୬୮/୨୪ ରେ ଏକ ମାମଲା ରୁଜୁ କରି ତାହାର ଡାକ୍ତରୀ ମାଇନା କରି ତାକୁ ଆଜି ଅପରାହ୍ନରେ ରେ କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ଉକ୍ତ ଯୁବକ ର ନାମ ସ୍ୱରାଜ ଦାସ (୨୧), ପିତା, ସୁରେଶ ଦାସ, ଘର -ବିଶିମାତ୍ରୀ, ଚାରିଛକ ବୋଲି ଜଣା ପଡିଛି । ଉକ୍ତ ଯୁବକ ଏଠି ଅନ୍ୟ ମାନଙ୍କୁ ବ୍ରାଉନସୁଗାର ବିକ୍ରି ପାଇଁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି ଅସ୍ତରଙ୍ଗ ପୋଲିସ । ପୋଲିସ ର ଏହି କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲ ରେ ଅନେକ ପ୍ରଶଂସା କରାଯାଇଛି l