May 14, 2026

ଓଡିଶା ବାର କାଉନସିଲ ସଦସ୍ୟ ଙ୍କ ଉମରକୋଟ ବାର କାର୍ଯ୍ୟାଳୟ ପରିଦର୍ଶନ……….

chass
Share

 

ଉମରକୋଟ – ଓଡିଶା ଷ୍ଟେଟ ବାର କାଉନସିଲ ସଭ୍ୟ ଶ୍ରୀ ରମେଶ ପାତ୍ର ଓ ଲଏର କାଉନସିଲ କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ମୀନକେତନ ପରିଛା ଓ ଜୟପୁର ବାର ସଭ୍ୟ ଶ୍ରୀ ଜ୍ୟୋତି ରଞ୍ଜନ ପୂଜାରୀ ଓ ନବରଙ୍ଗପୁର ଓକିଲ ସଂଘର ବରିଷ୍ଠ ସଭ୍ୟ ଶ୍ରୀ ସମରେଶ ଗନ୍ତାୟତ ପ୍ରମୁଖ ଉମରକୋଟ ଓକିଲ ସଂଘର କାର୍ଯ୍ୟଳୟ ପରିଦର୍ଶନ ରେ ଆସିଥିଲେ ।ଉମରକୋଟ ଓକିଲ ସଂଘର ନବ ନିର୍ବାଚିତ ସଭ୍ୟ ମାନଙ୍କୁ ପ୍ରଥମେ ଧନ୍ୟବାଦ ଜଣାଇଥିଲେ। ଏହା ପରେ ଉମରକୋଟ ଓକିଲ ସଂଘର ସମସ୍ତ ସଭ୍ୟ ମାନଙ୍କୁ ଭେଟି ସଭ୍ୟ ମାନଙ୍କ ଭିଭିନ୍ନ ସମସ୍ୟା ବୁଝିବା ସହ ନବ ନିର୍ବାଚିତ ସମ୍ପାଦକ ଶ୍ରୀ ରାମ ନୟକ ଙ୍କୁ ସଂଘର ବିଭନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଏହାପରେ କିଛି ଦିନ ପୂର୍ବେ ଉମରକୋଟ ଓକିଲ ସଂଘର କିଛି ସଭ୍ୟ ଭାରତ ସରକାର ଙ୍କ ନୋଟେରୀ ପବ୍ଲିକ ନିମନ୍ତେ ମୋନାନୀତ ହୋଇଥିବାରୁ ସେମାନଙ୍କୁ ଷ୍ଟେଟ ବାର କାଉନସିଲ ସଭ୍ୟ ଶ୍ରୀ ରମେଶ ପାତ୍ର ଧନ୍ୟବାଦ ଦେଇଥିଲେ।ପରେ ସେମାନଙ୍କୁ ଷ୍ଟେଟ ବାର କାଉନସିଲ ଠାରୁ
ନୋ-ଅଵଜେକସନ ସାର୍ଟିପିକେଟ ଆଣି ନୋଟେରୀ ପବ୍ଲିକ ପାଇଥିବା ସଭ୍ୟ ମାନଙ୍କୁ ପ୍ରଦାନ କରିଥିଲେ। ଏହି ସମୟରେ ଉମରକୋଟ ସଂଘର ସଭାପତି ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ଓକିଲ ଶ୍ରୀନବାସ ପଟନାୟକ, ଶ୍ରୀ ଅର୍ଜୁନ ନାୟକ ,ଅରୁଣ କୁମାର ପଟନାୟକ, କସାଧକ୍ୟ ଯୋଗେନ୍ଦ୍ର ମାଝି, କୃଷ୍ଣ ଚନ୍ଦ୍ର ନନ୍ଦ, ସ।ନ୍ତୁନୁ ବାହିନୀ ପତି, ହରିହର ଶତପଥୀ, ଉଗ୍ରସେନ ପାତ୍ର, ଯୁଧିଷ୍ଠିର ଦଳାଇ, କମଳ ଗାଈନ,ସନ୍ତୋଷ ପରିଛା, ଜିତେନ୍ଦ୍ର ମହାନ୍ତି, କ୍ରିଷ୍ଣ। ରାୟ ପ୍ରମୁଖ ଓକିଲ ଓ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ଥିଲେ। ପରେ ସନ୍ଧ୍ୟାରେ ଉମରକୋଟ ଓକିଲ ସଂଘର ପୁର୍ବତନ ସଭାପତି ଶ୍ରୀ ଜୟଦେବ କୁମାର ପରିଡାଙ୍କ ଘର କୁ ଯାଇ ସୌଜନ୍ୟ ମୂଳକ ସାକ୍ଷାତ କରି ଓକିଲ ଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)