ଜି ଆଇଇ ଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ,୪୫୫ ୟୁନିଟ ରକ୍ତ ସଂଗ୍ରହ*
ଗୁଣପୁର :୩୦.୦୧.୨୬- (ସୁରେନ୍ଦ୍ର ମହାନ୍ତି )ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୋଟ ୪୫୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ ଭୁବନେଶ୍ଵର ସ୍ଥିତ ଆଇ ଏମ ଏମ ଟି ର ବରିଷ୍ଠ ମୁଖ୍ୟ ବୈଜ୍ଞାନିକ ଡ. ନବୀନ କୁମାର ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ର ଶୁଭ ଉଦଘାଟନ କରିଥିଲେ।ଏହି ଶିବିରରେ ବିଶ୍ଵବିଦ୍ୟାଳୟର କୁଳପତି ଡ ଏ ଭି ଏନ ଏଲ ଶର୍ମା , ପରୀକ୍ଷା ନିୟନ୍ତ୍ରକ ଡ ପି ବିଜୟ କୁମାର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତଙ୍କୁ ଉଛାହିତ କରିଥିଲେ। ରେଜିଷ୍ଟ୍ରାର ଡ ଏନ୍ ଭି ଜଗନ୍ନାଧା ରାଓ ଯୋଗ ଦେଇ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ରାୟଗଡା ଜିଲ୍ଲା ରାୟଗଡ଼ା ରକ୍ତ ଭଣ୍ଡାର,ଗୁଣୁପୁର ରକ୍ତ ଭଣ୍ଡାର ସହ ଗଜପତି ଜିଲ୍ଲା ପାରଳାଖମୁଣ୍ଡି ରକ୍ତ ଭଣ୍ଡାର ଏବଂ ଗଞ୍ଜାମ ଜିଲ୍ଲାର ଏମ କେ ସି ଜି ମେଡିକାଲ କଲେଜ ରକ୍ତ ଭଣ୍ଡାରକୁ ରକ୍ତ ପ୍ରେରିତ କରି ରକ୍ତ ହୀନତା ରୋଗୀ ମାନଙ୍କୁ ଜୀବନ ଦାନ କରୁଥିବାରୁ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଭଳି ମହତ କାର୍ଯ୍ୟ ରେ ନିଜକୁ ସାମିଲ କରୁଥିବା ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ୟୁନିଟ- ୧ ବାଣୀ ପ୍ରସାଦ ନାୟକ,ଡ଼ଃ ପ୍ରେମାନଶୁ ଶେଖର ରଥ ,ପ୍ରମୋଦ ରଞ୍ଜନ ପଣ୍ଡା ,ଗୋପାଳ କୃଷ୍ଣ ମହନ୍ତ, କୃଷ୍ଣ ପ୍ରସାଦ ଦାସ,ଜସିଲ ପଟ୍ଟନାୟକ ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ ।ଗୁଣୁପୁର ରକ୍ତ ଭଣ୍ଡାରରର ଡାକ୍ତର ଅଭିଷେକ ବେଉରା, ଟେକ୍ନିସୀୟାନ ରାକେଶ କୁମାର ପଣ୍ଡା, ଜେ. ବିନୟ, ରୋଜୀ ନାୟକ, ନର୍ସିଂ ଅଫିସର ସୁମିତ୍ରା ଶବର ପ୍ରମୁଖ ଯୋଗ ଦେଇ ୯୫ ୟୁନିଟ , ଏମ୍ କେ ସି ଜି ମେଡ଼ିକାଲ କଲେଜ ରକ୍ତ ଭଣ୍ଡାରର ଡାକ୍ତର ମନୋଜ କୁମାର ଟୁଡୁ , ସିନିୟର୍ ଟେକ୍ନିସୀୟାନ ଗୋପାଳ କୃଷ୍ଣ ପଣ୍ଡା, ପି ଆର ଓ ସୁଶାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ ୨୫୧ୟୁନିଟ , ପାରଳାଖେମୁଣ୍ଡି ରକ୍ତ ଭଣ୍ଡାରର ଡାକ୍ତର ପଲଭି ପ୍ରିୟଦର୍ଶିନୀ, ଟେକ୍ନିସୀୟାନ ପ୍ରଦୀପ କୁମାର ମୁଦୁଲି, ଏ କୁସୁମା ଯୋଗ ଦେଇ ୫୩ ୟୁନିଟ ଏବଂ ରାୟଗଡ଼ା ରକ୍ତ ଭଣ୍ଡାରର ଡାକ୍ତର ଗୌତମ ପଟ୍ଟନାୟକ, ଟେକ୍ନିସୀୟାନ ବି କିଶୋର କୁମାର, ଉମାକାନ୍ତ ମିଶ୍ର, ଯୋଗ ଦେଇ ୫୬ ୟୁନିଟ ରକ୍ତ ସଂଗ୍ରହ କରିଥିଲେ।ଏହି ଶିବିରରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସାହର ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ପରେ ଏମ କେ ସି ଜି ମେଡିକାଲ କଲେଜ ରକ୍ତ ଭଣ୍ଡାର ପକ୍ଷ ରୁ ବିଶ୍ଵ ବିଦ୍ୟାଳୟର ରେଜିଷ୍ଟ୍ରାର ଡ ଏନ୍ ଭି ଜଗନାଧା ରାଓ ଙ୍କୁ ଏହି ଭଳି ସ୍ଵେଚ୍ଛାକୃତ ରକ୍ତଦାନ ଆୟୋଜନ କରିଥିବାରୁ ମାନପତ୍ର,ଉପଢୌକନ ସହ ସିଲ ପ୍ରଦାନ କରିଥିଲେ।ଏହି ଅବସରରେ ବିଶ୍ଵବିଦ୍ୟାଳୟର ସଭାପତି ଡ ସତ୍ୟ ପ୍ରକାଶ ପଣ୍ଡା,ଉପ-ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା, ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା, ସମସ୍ତ ରକ୍ତଦାତା ଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଭଳି ମହତ ସେବା କାର୍ଯ୍ୟକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।

