April 23, 2026

ଛତ୍ରପୁର ଷ୍ଟାଡିୟମ ଠାରେ ୩୭ତମ ପ୍ରାଦେଶିକ ଖେଳକୁଦ ସମାରୋହ ଉଦଘାଟିତ

WhatsApp Image 2026-01-30 at 7.29.14 PM
Share

ଛତ୍ରପୁର ତା ୩୦/୧/୨୬(ଅରୁଣ କୁମାର ପଣ୍ଡା)ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁଯାୟୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଶ୍ରୀରାମ ନଗର, ଛତ୍ରପୁର ର ଆୟୋଜନରେ ସ୍ଥାନୀୟ ଛତ୍ରପୁର ଷ୍ଟାଡିୟମରେ ୩୭ ତମ ପ୍ରାଦେଶିକ ଖେଳକୁଦ ସମାରୋହ ମୁଖ୍ୟ ଅତିଥି ମାନ୍ୟବର ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକଙ୍କ କର କମଳରେ ଉଦ୍ଘାଟନ ହୋଇଅଛି । ଉକ୍ତ ସମାରୋହ ୩ ଦିନ ଧରି ଚାଲିବ । ଉଦ୍ଘାଟନୀ ସଭାରେ ଦକ୍ଷିଣ-ପୂର୍ବ ସମ୍ଭାଗର ସଭାପତି ଶ୍ରୀ ତାରା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଦକ୍ଷିଣ-ପୂର୍ବ ସମ୍ଭାଗ ସଂଯୋଜକ ଶ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ସମ୍ମାନୀତ ଅତିଥି ରୂପେ ବିଜ୍ଞାପିତ ଅଂଚଳ ପରିଷଦ, ଛତ୍ରପୁରର ଅଧ୍ୟକ୍ଷା ମାନନୀୟା ସର୍ମିଷ୍ଠା ପ୍ରଧାନ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ଶ୍ରୀ ପଦ୍ମ ଚରଣ ସାହୁ, ସଂପାଦକ ଶ୍ରୀ ସନ୍ତୋଷ କୁମାର ସାହୁ, ପ୍ରାନ୍ତ ଖେଳକୁଦ ସଂଯୋଜକ ଶ୍ରୀ ସଂଜୟ କୁମାର ମିଶ୍ର, ଏବଂ ମୁଖ୍ୟବକ୍ତା ତଥା ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ସମ୍ପାଦକ ଡଃ. ସରୋଜ କୁମାର ହାତୀ ଉପସ୍ଥିତ ଥିଲେ । ସଭାରେ ମାନ୍ୟବର ବିଧାୟକ ଛତ୍ରପୁର ଶ୍ରୀ ନାୟକ ରାଜ୍ୟ ସ୍ତରୀୟ କ୍ରୀଡାକୁ ଆୟୋଜିତ କରିଥିବା ସମସ୍ତ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିବା ସହ ସମସ୍ତ ଖେଳାଳୀ ମିଣ୍ଣାୟକ, ଗୁରୁଜୀ, ଗୁରୁମାଙ୍କୁ ଶୁଭେଛା ଜଣାଇଥିଲେ । ଏହି ଉତ୍ସବ ପ୍ରାନ୍ତ ଖେଳକୁଦ ସଂଯୋଜକ ମାନନୀୟ ଶ୍ରୀ ସଂଜୟ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିବ । ଏହି କାର୍ଯ୍ୟକ୍ରମରେ ସାରା ଓଡିଶାରୁ ୬୫୦ ପ୍ରତିଭାଗୀ ଉପସ୍ଥିତ ଅଛନ୍ତି । ଶେଷରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଂପାଦକ ମାନନୀୟ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed