June 23, 2026

ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କଂସାରୀଗୁଡ଼ା କମ୍ପାନୀ ଦ୍ୱାରା ପ୍ରଭାବିତ ହେଉଥିବା ବିରିଗୁଡ଼ା କଲୋନୀ ବାସୀଙ୍କୁ ଦୀର୍ଘ 50

IMG-20260129-WA0076
Share

   ୨୮/୦୧/୨୦୨୬ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କଂସାରୀଗୁଡ଼ା କମ୍ପାନୀ ଦ୍ୱାରା ପ୍ରଭାବିତ ହେଉଥିବା ବିରିଗୁଡ଼ା କଲୋନୀ ବାସୀଙ୍କୁ ଦୀର୍ଘ 50 ବର୍ଷ ହେବ ସ୍ଥାୟୀ ଘରଡ଼ିହ ଜମି ପଟ୍ଟା ମିଳୁନଥିବାରୁ ବିରିଗୁଡ଼ା ଗ୍ରାମବାସୀ ସ୍ଥାନୀୟ ଲକ୍ଷ୍ମୀପୁର ସ୍ଥିତ ତହସିଲ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ |

ଏହି ଅବସରରେ ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପବିତ୍ର ସାଉଁନ୍ତା ଉପସ୍ଥିତ ରହି ପ୍ରଭାବିତ ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବିକୁ ସମର୍ଥନ ଜଣାଇ ଅଭିଯୋଗ ଶୁଣିବାକୁ ଆସିଥିବା ଉପ-ଜିଲ୍ଲାପାଳ କୋରାପୁଟ, ତହସିଲଦାର, ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ଶୀଘ୍ର IDCO, ଜିଲ୍ଲାପାଳ ଏବଂ RDC ଙ୍କ ସହ ଯୋଗାଯୋଗ କରି ଅତିଶୀଘ୍ର ଜମି ପଟ୍ଟା ଦେବା ନିମନ୍ତେ ଦାବି ଜଣେଇଥିଲେ l ଏହି ପରିପେକ୍ଷୀରେ ରାଜସ୍ବ ବିଭାଗ ସମାଧାନ ପାଇଁ 90-100 ଦିନର ସମୟ ମାଗିଛନ୍ତି l (ଗୁପ୍ତେଶ୍ୱର ରଥ କୋରାପୁଟ)