January 31, 2025

ଓଡିଶାକୁ ଆସିବ ୧୭ ଲକ୍ଷର ପୁଞ୍ଜି ; ସୃଷ୍ଟି ହେବ ୧୩ ଲକ୍ଷ ନିଯୁକ୍ତି..

Share

 

ସରିଲା ଦୁଇ ଦିନଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ । ଆସିବ ୧୭ ଲକ୍ଷ କୋଟିର ପୁଞ୍ଜି ନିବେଶ । ୧୩ ଲକ୍ଷ କୋଟିର ପୁଞ୍ଜି ନିବେଶ ପାଇଁ ୧୪୫ଟି ଏମଓୟୁ ସ୍ବାକ୍ଷରିତ । ସୃଷ୍ଟି ହେବ ୧୩ ଲକ୍ଷ ନିଯୁକ୍ତି । ସେପଟେ ଆଜିଠୁ ଦୁଇ ଦିନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ପଦର୍ଶନ ।

 

 

ସରିଲା ଦୁଇ ଦିନଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ । ଆସିବ ୧୭ ଲକ୍ଷ କୋଟିର ପୁଞ୍ଜି ନିବେଶ । ସରକାର ୫ ଲକ୍ଷ କୋଟିର ନିବେଶ ଆଶା ରଖିଥିବା ବେଳେ ୧୬.୭୩ ଲକ୍ଷ କୋଟିର ନିବେଶ ପାଇଁ ପ୍ରସ୍ତାବ ମିଳିଛି । ମୋଟ ୧୪୫ଟି ଏମଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏମଓୟୁ ବାଦ ୩ ଲକ୍ଷ ୮୮ ହଜାର କୋଟି ନିବେଶ ଆସିବ । ଲକ୍ଷର ୩ ଗୁଣା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ ସଂସ୍ଥା ।

 

୧୫ ଟି କମ୍ପାନୀ ଖଟାଇବେ ୮ ଲକ୍ଷ ୫୦ ହଜାର କୋଟି ଟଙ୍କା । ଆଦାନୀ ୨ ଲକ୍ଷ ୨୮ ହଜାର କୋଟି, ବେଦାନ୍ତ ଲକ୍ଷେ କୋଟି, ଟାଟା ୮୮ ହଜାର କୋଟିର ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଦ୍ବିତୀୟ ଦିନରେ ପର୍ୟ୍ୟଟନ କ୍ଷେତ୍ରରେ ୧୨୧ଟି ପ୍ରକଳ୍ପ ପାଇଁ ୮ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ । ସେହିଭଳି ହସ୍ତତନ୍ତ ବୟନଶିଳ୍ପ କ୍ଷେତ୍ରରେ ୭୭୬୨ କୋଟିର ପୁଞ୍ଜିନିବେଶ ପାଇଁ ୬ଟି ସଂସ୍ଥା ସହ ଏମଓୟୁ ହୋଇଛି। କୃଷି, ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ନିବେଶକାରୀଙ୍କ ସହ ହଜାରେ କୋଟିର ଏମଓୟୁ ସରିଛି । ଦ୍ବିତୀୟ ଦିନରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ସର୍ବାଧିକ ନିବେଶ ପାଇଁ ପ୍ରସ୍ତାବ ଦେଇଛନ୍ତି ନିବେଶକ ।

 

୬ଟି ବଡ ବଡ କମ୍ପାନି ସହ ପ୍ରାୟ ୩୧ ହଜାର କୋଟିର ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହାସହ ଆଗକୁ ୪ ଲକ୍ଷ ୩୩ ହଜାର କୋଟିର ପୁଞ୍ଜିନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି। ସମ୍ମିଳନୀର ଦ୍ବିତୀୟ ଦିନରେ କୃଷି କ୍ଷେତ୍ରକୁ ଫୋକସ କରିଛନ୍ତି ସରକାର । ତେବେ ଆଜିଠୁ ଦୁଇ ଦିନ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ପଦର୍ଶନ ।

 

ଆସିବ ୧୭ ଲକ୍ଷ କୋଟିର ପୁଞ୍ଜି ନିବେଶ

ସରକାର ୫ ଲକ୍ଷ କୋଟିର ନିବେଶ ଆଶା ରଖିଥିଲେ

ଏହାର ତିନି ଗୁଣା ଅର୍ଥାତ୍ ୧୬.୭୩ ଲକ୍ଷ କୋଟିର ନିବେଶ ପାଇଁ ପ୍ରସ୍ତାବ

ମୋଟ ୧୪୫ଟି ଏମଓୟୁ ସ୍ବାକ୍ଷରିତ

୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଏମଓୟୁ ବାଦ ୩ ଲକ୍ଷ ୮୮ ହଜାର କୋଟି ନିବେଶ ଆସିବ

୧୫ ଟି କମ୍ପାନୀ ଖଟାଇବେ ୮ ଲକ୍ଷ ୫୦ ହଜାର କୋଟି ଟଙ୍କା

ଆଦାନୀ ୨ ଲକ୍ଷ ୨୮ ହଜାର କୋଟି ନିବେଶ କରିବ

ବେଦାନ୍ତ ଲକ୍ଷେ କୋଟି, ଟାଟା ୮୮ ହଜାର କୋଟିର ନିବେଶ କରିବ

ପର୍ୟ୍ୟଟନ କ୍ଷେତ୍ରରେ ୧୨୧ଟି ପ୍ରକଳ୍ପ ପାଇଁ ୮ ହଜାର କୋଟିର ପୁଞ୍ଜିନିବେଶ

ବୟନଶିଳ୍ପ କ୍ଷେତ୍ରରେ ୬ଟି ସଂସ୍ଥା ୭୭୬୨ କୋଟିର ପୁଞ୍ଜିନିବେଶ କରିବେ

You may have missed