November 24, 2024

ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ। ଫାଇନାଲ ମ୍ୟାଚରେ କଟକ ମଙ୍ଗଳା କ୍ଲବ୍ ଚମ୍ପିୟାନ…

Share

ବୋଲଗଡ଼ ,ବୋଲଗଡ ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତୁଳସୀ ବେରେଣା ଖେଳପଡିଆରେ ପଂଚାୟତର ଜାମୁସାହି, ତୁଳସୀ ବେରେଣା,ଦେଉଳି, ପାରିଖେତା, ନୁଆପଲ୍ଲିର ଶତାଧିକ ଯୁବକମାନଙ୍କ ସହଯୋଗରେ ଆଞ୍ଚଳିକ କପ୍ ୨୦୨୪ ର ଫାଇନାଲ ଦିବସରେ ମଙ୍ଗଳା କ୍ଲବ୍ କଟକ ସହିତ ଇଉନାଇଟେଡ ସ୍ପୋର୍ଟସ ବରଗଡ଼ ଜୋରଦାର ଟକ୍କର ହୋଇ ପ୍ରଥମାର୍ଦ୍ଧରେ ମଙ୍ଗଳା କ୍ଲବ୍ କଟକ ଇଉନାଇଟେଡ ସ୍ପୋର୍ଟସ ବରଗଡକୁ ୧-୦ଦେଇ ଆଗୁଆ ରହିଥିଲା ବେଳେ ଦିତ୍ୱୀୟାର୍ଦ୍ଧରେ କୌଣସି ଦଳ କାହା ଉପରେ ଗୋଲ ଦେଇ ପାରି ନଥିଲେ। ଫଳ ସ୍ୱରୂପ ମଙ୍ଗଳା କ୍ଲବ୍ କଟକ ୧/୦ ଗୋଲରେ ଆଗୁଆ ହୋଇ ଚମ୍ପିୟାନ ହୋଇଥଲା।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଖୋର୍ଦ୍ଦାଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ଓ଼ ସମ୍ମାନିତ ଅତିଥି ଭାବେ ଅଭିଜିତ ପାଲ୍ (ଯୁଗ୍ମ ସମ୍ପାଦକ, ଫୁଟବଲ୍ ଆସୋସିଏସନ୍ ଓଡିଶା), ପଙ୍କଜ ଲୋଚନ ମହାନ୍ତି ଉପ ସଭାପତି, ଓ ସି ଏ କଟକ, ବିକାଶ ପ୍ରଧାନ,କୋଷାଧ୍ୟକ୍ଷ , ବାରବାଟି ଷ୍ଟାଡିୟମ କଟକ, ରାକେଶ କୁମାର ସ୍ବାଇଁ,ଶାଖା ପରିଚାଳକ, ଆଇ ସି ଆଇ ସି ବ୍ୟାଙ୍କ୍ ଖୋର୍ଦ୍ଦା, ଶେଖ୍ ୟୁସୁଫ ସଭାପତି, ନୟାଗଡ଼ ବସ ଆସୋସିଏସନ୍ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆଞ୍ଚଳିକ କପ୍ କମିଟିର ସଭାପତି ଶେଖ୍ ସାମସୁର ଖାଁ ସମସ୍ତ ଅତିଥି ମାନଙ୍କୁ ବାଜା ବଜାଇ ପାଛୋଟି ଆଣିଥିଲେ। ସଂପାଦକ ଅଜୟ କୁମାର ସାହୁ, କୋଷାଧ୍ୟକ୍ଷ ଆହେମଦ୍ ଖାଁ ଓ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, କ୍ରିଡ଼ା ପରିଚାଳକ ଆଲଃହାର ଖାଁ, ଉପଦେଷ୍ଟା ଇଶା ଖାଁ, ଫିଦା ହୁସେନ ଖାନ୍, ରଜନୀକାନ୍ତ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ରହି ଖେଳ କାର୍ଯ୍ୟକ୍ରମକୁ ସୂ ପରିଚାଳନା କରିଥଲେ। ଆଞ୍ଚଳିକକମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଦର୍ଶକ ଓ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ କମିଟି ତରଫରୁ ଚିୟ ର୍ ଗାର୍ଲ୍ମାନେ ବିଭିନ୍ନ ଶୈଳୀରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ଚମ୍ପିୟାନ ଦଳ ମଙ୍ଗଳା କ୍ଳବ୍ କଟକ ଟ୍ରଫି ସହ ପଇନ୍ତିରିଶି ହଜାର ଟଙ୍କାର ପୁରସ୍କାର ରାଶି ଓ ରନରସପ ଦଳ ବରଗଡ଼ ଇଉନାଇଟେଡ ସ୍ପୋର୍ଟସ ଦଳ କୋଡ଼ିଏ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ଅତିଥିମାନଙ୍କ ଠାରୁ ହାସଲ କରିଥିଲେ। ମୁଖ୍ୟ ରେଫରି ଶିବ ଶଙ୍କର ପଣ୍ଡା, ସହଯୋଗୀ ରେଫରି ଶିବ ସାମନ୍ତରାୟ, ଏମ ଏସ ବେଗ, ଶୁଶାନ୍ତ କୁମାର ମିଶ୍ର ପ୍ରମୁଖ ଖେଳକୁ ସୂ ପରିଚାଳନା କରିଥଲେ । ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଆୟୋଜକମାନଙ୍କ ଦ୍ଵାରା ଲଟେରୀ କାର୍ଯ୍ୟ କ୍ରମ କରାଯାଇ ବିଜେତାମାନଙ୍କୁ ପାଞ୍ଚଟି ଛତା, ପାଞ୍ଚଟା ଆଇରନ, ଗୋଟିଏ ଗ୍ରାଇଣ୍ଡର ଓ ଗୋଟିଏ ସାଇକେଲ ଦର୍ଶକ ମାନଙ୍କ ମଧ୍ୟରେ ବିଧାୟକ ଓ ଅତିଥିମାନଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।