ବିଦେଶୀ ନକଲି ମଦ କାରଖାନା ଠାବ ନାମିଦାମୀ କମ୍ପାନୀର ନକଲି ମଦ ଜବତ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଅଞ୍ଚଳରେ ଗତ କିଛିଦିନ ଧରି ଚୋରା ମଦ କାରବାର ହେବା ସହ ଡୁପ୍ଲିକେଟ ବିଦେଶୀ ମଦବିକ୍ରି ହେଉଥିବା ଅବକାରୀ ଭିଭାଗ କର୍ମଚାରି ଗ୍ରାମାଞ୍ଚଳ ରେ ତିଆରି ହେଉଥିବା ଦେଶୀ ମଦ ଭାଟି ଗୁଡିକ ଭାଙ୍ଗିବା ସହ ପୋଚ ଗୁଡିକୁ ନଷ୍ଟକରୁଥିଲେ l କିନ୍ତୁ ବହୁ ଚୋରା ବିଦେଶୀ ମଦ ବିକ୍ରି ହେଉ ଥିବା ଦୋକାନ ଗୁଡିକ ଉପରେ କୌଣସି ଚଢାଉ କରାଯାଉ ନ ଥିବା ସାଧାରଣ ରେ ଆଲୋଚନା ହେଉଥିଲା l ଗତ ରବିବାର ରାତ୍ର ରେ କୋରାପୁଟ ଜ଼ିଲ୍ଲା ଅବକାରୀ ଏସପି ଅରୁଣ କୁମାର ପାଢ଼ୀ, ଙ୍କ ନିର୍ଦେଶ କ୍ରମେ ଫ୍ଲାଇଙ୍ଗ ସ୍କୁଡ ଅଧିକାରୀ ଚନ୍ଦ୍ର ଶେଖର ପଡିଆମି, ଜୟପୁର ଅବକାରୀ ଅଧିକାରୀ ଶ୍ରୀକାନ୍ତ ଦାସ, କୋଟପାଡ଼ ଅବକାରୀ ଅଧିକାରୀ ନୀଳାନ୍ଦ୍ରି ବିହାରୀ ମିଶ୍ର, ଏବଂ ଅବକାରୀ ବିଭାଗ କର୍ମଚାରୀ ମାନେ କୋଟପାଡ଼ ବଣ୍ଡାଗୁଡା ଅଞ୍ଚଳ ର ଜେଲରାସ୍ତା ର ଏକ ନିଛାଟିଆ ଜାଗାରେ ଏକ ଘର ଉପରକୁ ଚଢାଉ କରିଥିଲେ l ଏଥିପୁର୍ବରୁ ଅବକାରୀ ବିଭାଗ ପାଖରେ ଉକ୍ତ ଅଞ୍ଚଳରେ ଚୋରା ବିଦେଶୀ ମଦ କାରବାର ହେଉଥିବା ଖବର ରହିଥିଲା l ଛଡାଉ ହେବା ପୂର୍ବରୁ ଚୋରା ବେପାରୀ ଫେରାର ହେଇଯାଇଥିଲେ l ଘର ଚାବି ପଡିଥିବା ବେଳେ ସ୍ଥାନୀୟ ତୋହସିଲ ଦାର ଟ୍ୱିକେଲ ସେଠି ଙ୍କ ଉପସ୍ଥିତ ରେ ଘର ଚାବି ଖୋଲି ତଦନ୍ତ କଲାବେଳକୁ ବିପୁଳ ପରିମାଣ ର ବିଦେଶୀ ମଦ, ଖାଲି ବୋତଲ, ଅବକାରୀ ବିଭାଗ ଲେବେଲ, ବିଭିନ୍ୟ କମ୍ପାନୀର ଏସେନ୍ସ କେମିକାଲ, ପେଟି ପେଟି ଡୁପ୍ଲିକେଟ ବିଦେଶୀ ମଦ ପେକିଙ୍ଗ ସୋରଞ୍ଜାମ ମେସିନ ଇତ୍ୟାଦି ଦେଖିବାକୁ ପାଇଥିଲେ l ଅବକାରୀ ଭିବାଗ ଉକ୍ତ ସମସ୍ତ ମଦ ଓ ସୋରଞ୍ଜାମ ଜବତ କରି ଜୟପୁର ଅବକାରୀ ବିଭାଗ କାର୍ଯ୍ୟଳୟକୁ ନେଇଥିଲେ l ସେଠାରେ ଉକ୍ତ ମଦ ଗୁଡିକୁ ଯାଞ୍ଚ କରି ଅବକାରୀ ଭିବାଗ ଅଧିକାରୀଙ୍କ କହିବା ଅନୁଯାଇ 170 ଗୋଟି ପେଟିରେ ରେ ବିଭିନ୍ୟ କମ୍ପାନୀ ର ଡୁପ୍ଲିକେଟ ମଦ ବୋତଲ ରେ 1545.36 ଲିଟର ମଦ ରହିଥବା କହିଛନ୍ତି l ସେଭଳି ରୟାଲ ଷ୍ଟେଗ, ଆର ସି ବିସକି, ଷ୍ଟାର୍ଲିଂଗ, ଏମ ସି, ଗୋ୍ୱା ଏସସିଆଲ ଏଭଳି ଅନେକ ବ୍ରାଣ୍ଡ ର 15847 ବୋଟଲ, ସ୍ପିରିଟ 20 ଲିଟର ଏସେନ୍ସ 3 ବୋତଲ ପେକିଙ୍ଗ ମେସିନ, ବ୍ଲେଣ୍ଡେଡ ସ୍ପିରିଟ 20 ଲିଟର ଇତ୍ୟାଦି ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 20 ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି କୁହାଯାଇଛି l ଏବଂ ଉକ୍ତ ଘରକୁ ଅବକାରୀ ବିଭାଗ ତୋରଫ ରୁ ସିଜ କରାଯାଇ ଅଧିକ ତଦନ୍ତ କରୁଥିବା ବେଳେ ଉକ୍ତ ଡୁପ୍ଲିକେଟ ମଦ କୋଟପାଡ଼ ମୁର୍ତାହାଣ୍ଡି ପଞ୍ଚଯାତର ମାଲଚା ମାଲ ଗ୍ରାମର ଅମିତ ଗୁପ୍ତ, ଓ ପଙ୍କଜ ଗୁପ୍ତ ଦୁଇ ଭାଇ ଦୀର୍ଘ ଦିନ ହେବ ଛତିଶ ଗଡ଼ ଓ କୋଟପାଡ଼ ଅଞ୍ଚଳକୁ ମଦ ଚାଲାଣ କରୁଥିବାର କୁହାଯାଇଛି l କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
