March 10, 2026

ଜାତୀୟ ସ୍ତରରେ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିବେ ଛତ୍ରପୁର ଜୟ ଗଣେଶ କଳା ବିକାଶ କେନ୍ଦ୍ରର ଛାତ୍ରୀ 

IMG-20251229-WA0058
Share

 

 

ଛତ୍ରପୁର ତା ୨୯/୧୨/୨୫(ଅରୁଣ କୁମାର ପଣ୍ଡା )ଭାରତ ସରକାର ଅଧୀନସ୍ଥ ସାଂସ୍କୃତିକ ବିକାଶ ପ୍ରତିଷ୍ଠାନ ଏବଂ ସ୍ମୃତି ସାଂସ୍କୃତିକ ସଂଘ ପକ୍ଷରୁ ପୁରୀ ଠାରେ ଆୟୋଜିତ ଅନ୍ତର୍ଜାତୟ ମେଗା ନୃତ୍ୟ ଏବଂ ସଙ୍ଗୀତ ମୋହତ୍ସବରେ ନିଜ କଳା ପଦର୍ଶନ କରି କୃତିତ୍ୱ ଅର୍ଜନ କରିଛନ୍ତି ଛତ୍ରପୁର ଜୟଗଣେଶ କଳା ବିକାଶ କେନ୍ଦ୍ରର ଛାତ୍ରୀ ମାନେ..ଏହି କାର୍ଯ୍ୟକ୍ରମରେ ବିଜେତା ହେବା ସହ ଆସନ୍ତା ୩୦ ଜାନୁଆରୀ ୨୦୨୬ ତାରିଖରେ କୋଲକାତାର ସତ୍ୟଜିତ୍ ରାୟ ଅଡିଟୋରିୟମରେ ହେବାକୁଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ନୃତ୍ୟ ପ୍ରଦର୍ଶନ କରିବାର ସୁଯୋଗ ଲାଭ କରିଛନ୍ତି..ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ୧୩୦ଟିମ ଅଂଶ ଗ୍ରହଣ କରିଥିବା ବେଳେ ଶ୍ରୀ ଗଣେଶଙ୍କ ପୁନଃଜନ୍ମ ଓଡିଶୀ ନୃତ୍ୟ ପଦର୍ଶନ କରି ଚମ୍ପିୟାନ ହୋଇଥିଲା ଛତ୍ରପୁର ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଶିଳ୍ପୀ ଗୁରୁ ଅଳକା ସାହୁଙ୍କ ୧୫ଜଣ ଛାତ୍ରୀ..ଏହା ସହ କଲିକତା ଠାରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡିଶାରୁ ୯ଟି ଟିମ ନୃତ୍ୟ ପଦର୍ଶନ କରିବାକୁ ଥିବାବେଳେ ଛତ୍ରପୁରର ନୃତ୍ୟଶିଳ୍ପୀ ମାନେ ମଧ୍ୟ ନିଜ କଳା ପଦର୍ଶନ କରିଵେ..ଏହି ଅବସରରେ ନୃତ୍ୟଶିଳ୍ପୀ ଅଳକା ସାହୁଙ୍କୁ ଗୁରୁ ମହାରତ୍ନ ସମ୍ମାନରେ ସନମାନିତ କରାଯାଇଥିଲା