ମାତିଛନ୍ତି ପକ୍ଷୀ ଶିକାରୀ
ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ରେ ଏବେ ମାତିଛନ୍ତି ପକ୍ଷୀ ଶିକାରୀ,ବନ୍ୟ ପ୍ରାଣୀ ବିଭାଗର ସମସ୍ତ କଟକଣା ଥିଲେ ମଧ୍ୟ ତାକୁ ଫୁ କରି ଉଡେଇ ଦେଉଛନ୍ତି ପକ୍ଷୀ ଶିକାରୀ ମାନେ । ଅତି ନୃଶଂସ ଭାବେ ପକ୍ଷୀ ମାନଙ୍କୁ କଇଁ ଫୁଲ ନାଡ଼ରେ ବିଷ ଦେଇ କରୁଛନ୍ତି ଶିକାର। ଶୀକାର କରିବା ପରେ ପକ୍ଷୀ ମାଂସ କୁ ନେଇ କରୁଛନ୍ତି ତାଙ୍କର ବେପାର। ଗତକାଲି ଚିଲିକା ରେ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗର କର୍ମଚାରୀ ମାନେ କାଟିଲା ଗୋଠ ପାଟଣା ଠାରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ବୟସ୍କ ବ୍ୟକ୍ତି ଗୋଟିଏ ପଲିଥିନ ବ୍ୟାଗରେ କିଛି ଜିନିଷ ଭର୍ତ୍ତି କରି ନେଉଥିବା ଦେଖିବାକୁ ପାଇଥିଲେ ବନ କର୍ମଚାରୀ ମାନେ,ବୟସ୍କ ବ୍ୟକ୍ତି ଙ୍କୁ ଅଟକାଇବାଜୁ ଚେଷ୍ଟା କରିଥିଲେ ମଧ୍ୟ ସେ ଏହାକୁ ବେଖାତିର କରି ପଳାଇ ଯାଉଥିଲେ, ହେଲେ ବନ୍ୟ ପ୍ରାଣୀ କର୍ମଚାରୀ ମାନେ ତୁରନ୍ତ ବୟସ୍କ ବ୍ୟକ୍ତି ଙ୍କୁ ଅଟକାଇ ପଲିଥିନ ବ୍ୟାଗ କୁ ଖୋଲିଥିଲେ। ବ୍ୟାଗ ଖୋଲିବା ପରେ ବ୍ୟଗରୁ ୩ ଟି ମୃତ ବିଦେଶାଗତ ପକ୍ଷୀ ଥିବା ଜଣା ପଡ଼ିଥିଲା। ତେଣୁ ପକ୍ଷୀ ଶିକାରୀ କୁ ଗିରଫ କରିଥିଲା ବନ୍ୟ ପ୍ରାଣୀ ବିଭାଗ। ଗିରଫ ଶିକାରୀ ନିକଟରୁ ୩ ଟି ମୃତ ବିଦେଶାଗତ ନର୍ଦନ ପିଣ୍ଟେଲ ପକ୍ଷୀ ଜବତ ହୋଇଥିଲା। ଗିରଫ ଅଭିଯୁକ୍ତ ର ନାମ ଗନ୍ଧିଆ ପ୍ରଧାନ,୬୭ ବର୍ଷ। ମୃତ ପକ୍ଷୀ କୁ ବିଷ ଦେଇ କରା ଯାଇଥିଲା ହତ୍ୟା। ଗତ କାଲି ରାତିରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ମୃତ ପକ୍ଷୀ ଗୁଡିକର ବ୍ୟବଛେଦ କରାଯାଇ ମାଟିରେ ପୋତି ଦିଆ ଯାଇଛି।
