କୋରାପୁଟ ଠାରେ ଜ଼ିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

କୋରାପୁଟ-୨୯.୧୨.୨୫-କୋରାପୁଟ ସ୍ଥାନୀୟ ସଦଭାବନା ସଭା ଗୃହ ପରିସରରେ ଜ଼ିଲ୍ଲାପାଳ ଶ୍ରୀ ମନୋଜ ସତ୍ଯୱାନ ମହାଜନଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି| ଏହି ଶିବିରରେ ଗୋଷ୍ଠୀ ଗତ ଭାବେ ୮ଗୋଟି ଏବଂ ବ୍ୟକ୍ତିଗତ ୨୦ ଟି ମୋଟ ୨୮ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ନାଏକ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର,ଉପ ଜିଲ୍ଲାପାଳ ଶ୍ରୀ ପ୍ରେମଲାଲ ହିଆଲ, ତଥା ଜ଼ିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଦୁଇଟି ଅଭିଯୋଗର ତୁରନ୍ତ ସମାଧାନ କରିବା ସହ ଅନ୍ୟ ଅଭିଯୋଗ ଗୁଡିକୁ ଯଥା ଶୀଘ୍ର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଲେ ଜିଲ୍ଲାପାଳ Iକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
