ଉମରକୋଟ ମାଟିର ସନ୍ତାନ ଡାକ୍ତର ସନ୍ତୋଷ ପଣ୍ଡା ଓଡ଼ିଶା ରାଜ୍ୟର ସ୍ବାସ୍ଥ୍ୟ ସେବାର ଡାଇରେକ୍ଟର ପଦବୀ ପାଇବାରେ ସମ୍ବର୍ଦ୍ଧନା……….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରରେ ଆଜି ଏକ ଗର୍ବର ମୁହୂର୍ତ୍ତ ଦେଖିବାକୁ ମିଳିଛି । ଉମରକୋଟ ମାଟିର ସନ୍ତାନ ଡାକ୍ତର ସନ୍ତୋଷ ପାଣ୍ଡାଙ୍କୁ ଆଜି ଉମରକୋଟ ବାସୀଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଡାକ୍ତର ସନ୍ତୋଷ ପାଣ୍ଡା ଓଡ଼ିଶା ରାଜ୍ୟର ସ୍ବାସ୍ଥ୍ୟ ସେବାର ଡାଇରେକ୍ଟର ପଦବୀ ପାଇଥିବାରୁ ଏହି ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ସଭାମଞ୍ଚରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ଡାକ୍ତର ସନ୍ତୋଷ ପାଣ୍ଡାଙ୍କୁ ପୁଷ୍ପମାଳ୍ୟ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଯାଇଥିଲା । ଏହି ଅବସରରେ ମଞ୍ଚରେ ଅନ୍ୟ ଅତିଥି ଭାବେ ସଂଗ୍ରାମୀ ନେତା ଶ୍ରୀ ଜୟଦେବ ପରିଡ଼ା, ବି.ଜେ.ପି. ଉପ ସୋଭାପତି ଶ୍ରୀ ରମେଶ ସାହୁ, ବରିଷ୍ଠ ଆଇନ ଯିବି ଶ୍ରୀ ଝାଡ଼େଶ୍ୱର ମହାନ୍ତି ଏବଂ ବେଙ୍ଗଲୀ ସମାଜ ଉପୋଦେଷ୍ଠା ଶ୍ରୀ ତପନ ପାଲ ଉପସ୍ଥିତ ରହି ସମ୍ମାନିତ ଅତିଥିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଡାକ୍ତର ସନ୍ତୋଷ ପାଣ୍ଡା ଓଡ଼ିଶାର ସ୍ବାସ୍ଥ୍ୟ ସେବାର ଡାଇରେକ୍ଟର ଭାବେ ନିଯୁକ୍ତି ପାଇଥିବାରୁ ଆଜି ଉମରକୋଟ ବାସୀ ବହୁତ ଗର୍ବିତ ଅନୁଭବ କରୁଛନ୍ତି । ଏହା ଉମରକୋଟ ଅଞ୍ଚଳ ପାଇଁ ଏକ ଐତିହାସିକ ଓ ଗୌରବମୟ ମୁହୂର୍ତ୍ତ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।
