ବିଶ୍ଵ ବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଆବଶ୍ୟକତା କୁ ନେଇ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ର ଏକତା ର ମାନ୍ୟବର ସାଂସଦ ଙ୍କ ସହ ଆଲୋଚନା

*ଭଞ୍ଜବିହାର (୨୯/୧୧): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ଆୟୋଜିତ ଓଡ଼ିଶା ଗବେଷଣା ସମ୍ମିଳନୀ ରେ ମୂଖ୍ୟ ଅତିଥି ଭାବେ ଯୋଗବାକୁ ଆସିଥିବା ବ୍ରହ୍ମପୁରର ଲୋକସଭା ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ର ଏକତା ର ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିଛନ୍ତି। ମୁଖ୍ୟ ସମସ୍ୟା ମଧ୍ୟରେ ଛାତ୍ର ଛାତ୍ରୀ ଓ କର୍ମଚାରୀ ଙ୍କ ବୀମା ,ଜାତୀୟ ଶିକ୍ଷା ନୀତି ୨୦୨୦ ବ୍ୟାପକ ପ୍ରଚାର ଏବଂ ସଚେତନାମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚ୍ୟ ବିଷୟ ଉପସ୍ଥାପନ ହୋଇଛି। ଆଲୋଚନା କରିବା ସମୟରେ ସ୍ବସ୍ତି ସୁନ୍ଦର ସିୟ , ଶିଶିର କୁମାର ପ୍ରଧାନ , ଡି. ଚନ୍ଦ୍ର ଶେଖର ରେଡ୍ଡୀ, ସୁନିଲ କୁମାର ପ୍ରଧାନ,ଶଙ୍କର ସେଠୀ, କୈଳାଶ ସାହୁ, ରାଜ କିଶୋର ପ୍ରଧାନ ରାଧା ମୋହନ ପଣ୍ଡା, ହରେକୃଷ୍ଣ ଅଧିକାରୀ , ଲୋକନାଥ ବିଷୋୟୀଙ୍କ ସହ ବିଭିନ୍ନ ବିଭାଗ ର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।*
