ସମାଜସେବୀ ଶ୍ରଦ୍ଧାକର ମେହେରଙ୍କ ପରଲୋକ
ବରଗଡ ଜିଲା ଅତାବିରା ବ୍ଲକ ଟୋପ ଗ୍ରାମର ସମାଜସେବୀ ଶ୍ରଦ୍ଧାକର ମେହେରଙ୍କ ୫୪ ବର୍ଷ ବୟସରେ ଆଜି ପରଲୋକ ଘଟିଯାଇଛି |ସେ ଦୀର୍ଘଦିନ ଧରି କେନସର ରୋଗରେ ପୀଡିତ ଥିଲେ |ସ୍ବର୍ଗତ ମେହେର ପୂର୍ବରୁ ଓ୍ବାଡମେମ୍ବର ଥିଲେ |ସେ ଜଣେ ପରୋପକାରୀ ,ସମାଜସେବୀ ତଥା ରାଜନେତା ଥିଲେ |ତାଂକ ବିୟୋଗରେ ଅତାବିରା ଅଂଚଲରେ ଶୋକର ଛାୟା ଖେଲିଯାଇଛି |ଗାଁ ଶଶ୍ମାନରେ ତାଂକ ଅନ୍ତିଷ୍ଟକ୍ରିୟା ସମାପନ କରାଯାଇଥିଲା |
