April 29, 2026

ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ଶିକ୍ଷୟିତ୍ରୀଙ୍କ ବଦଳି ସ୍ଥଗିତ

IMG-20251129-WA0020
Share

 

ଅଭିଯୋଗ ପରେ ଜିଲ୍ଲାପାଳଙ୍କ ଆଦେଶନାମା ଶୁଣି ଅଭିଭାବକଙ୍କ ମନରେ ଖେଳିଗଲା ଖୁସିର ଲହରି

ଅନୁଗୋଳ ସହର ମହକୁମା ଠାରୁ ମାତ୍ର ଦୁଇ କିଲୋମିଟର ଦୂର ତଥା ବଅଁରପାଳ ଶିକ୍ଷା ଅଧିକାରୀ ଙ୍କ ଅଧୀନରେ ଥିବା କୁମଣ୍ଡ ଅଲେଖପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଇଂରାଜୀ ପଢ଼ାଉ ଥିବା ଶିକ୍ଷୟିତ୍ରୀ ଙ୍କୁ ବଦଳି କରାଯାଉଥିବା ନେଇ ବିଦ୍ୟାଳୟ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ। ଏପରିକି ଛାତ୍ରଛାତ୍ରୀ ଙ୍କ ପାଇଁ ରୋଷେଇ ହୋଇଥିବା ମଧ୍ୟାହ୍ନ ଭୋଜନ ମଧ୍ୟ ଗ୍ରହଣ କରିନଥିଲେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ଙ୍କ ଅଭିଯୋଗ ଯେ, ଆମ ଦିଦି ଆମ କୁ ଭଲ ପାଠ ପଢ଼ାଉଛନ୍ତି। ତାଙ୍କୁ କହିକି ବଦଳି କରାଯାଉଛି । ଆଉ ୪ ମାସ ରହିଲା ପରୀକ୍ଷା ଆମେ କିପରି ଇଂରାଜୀ ପାଠ ପଢିବୁ ଅନ୍ୟ କେହି ଆସିଲେ ସେହି ଧାରା ଅନୁଯାଇ ପାଠ ପଢାଇ ପାରିବେ କି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପ୍ରଶ୍ନ କରିଛନ୍ତି। ବିଦ୍ୟାଳୟ ଭିତରେ ରାଜନୀତି କରି ଶିକ୍ଷୟିତ୍ରୀ ଙ୍କୁ ବଦଳି କରାଯାଉଛି।

ଆଜି ଏ ଘଟଣା ବାବଦରେ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। ଯେହେତୁ ଆଗକୁ ପରୀକ୍ଷା ରହିଛି। ଦିଦି ଙ୍କୁ ବଦଳି ନ କରିବା ପାଇଁ ଅନୁରୋଧ ମଧ୍ୟ ଜିଲ୍ଲାପାଳଙ୍କୁ କରିଥିଲେ। ଅଭିଯୋଗ ପାଇବା ପରେ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ଉପରେ ପ୍ରଭାବ ପଡିବା ନେଇ ଦିଦି ଙ୍କୁ ବଦଳି ନ କରିବା ପାଇଁ ଜିଲାପାଳ ମହୋଦୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ଅଭିଭାବକ ଗଣମାଧ୍ୟମଙ୍କ ଠାରେ ପ୍ରକାଶ କରିଛନ୍ତି । ଯାହା ପାଇଁ ଅଭିଭାବକ ଗଣ ଜିଲ୍ଲାପାଳଙ୍କୁ ଧନାବାଦ ଦେବା ସହ ଅଭିଭାବକ ଙ୍କ ମହଲରେ ଖୁସିର ଲହରି ଖେଳି ଯାଇଛି ।

You may have missed