November 29, 2024

ନିଶୁଳ୍କ ତୀର୍ଥ ଭ୍ରମଣରେ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ଙ୍କୁ ସାହାରା ହେଲେ ପ୍ରଶାନ୍ତ କୁମାର ..

Share

 

କୁଜଙ୍ଗ , କେହି କେହି ଭାବବିହ୍ୱଳ ହୋଇ କହିଥାନ୍ତି ଯେ ମୋତେ କାଳିଆର ଡୋରି ଲାଗିଛି ତେଣୁ ପୁରୀ ଚାଲିଲି l ଜଗା ଦର୍ଶନ କରିବାକୁ ମନ ଉଚ୍ଛନ ହେଲାଣି l ଡୋରି ଲାଗିନଥିବା ବ୍ୟକ୍ତି ମନଦୁଃଖରେ କହେ ଯେ ମୋତେ ତ କାଳିଆର ଡୋରି ଲାଗୁନି, ସେଇଥି ପାଇଁ ବୋଧେ ଜଗନ୍ନାଥ ଦର୍ଶନ ଭାଗ୍ୟରେ ନାହିଁ l ସବୁରି ମୂଳରେ ଅର୍ଥ l ଯାହାର ଆର୍ଥିକ ଅବସ୍ଥା ଦୁର୍ବଳ ସେ ଯେତେ ଚାହିଁଲେ ବି କୁଆଡେ ବାହାରି ପାରିବା ସମ୍ଭବ ହୋଇ ନଥାଏ l ଏପରି ଆର୍ଥିକ ସ୍ୱଚ୍ଛଳ ନଥିବା ଅସହାୟ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କ ହୃଦୟର ସ୍ୱରକୁ ଶୁଣିପାରିଛନ୍ତି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତୋ ପଞ୍ଚାୟତ ଅଧୀନ ଡ଼ଗରପଡା ଗ୍ରାମର ପ୍ରଶାନ୍ତ ବେହେରା । ବର୍ଷେ ନୁହେଁ ଚାରିବର୍ଷ ହେବ ନିଜସ୍ୱ ଉପାର୍ଜନ ଅର୍ଥରେ ଖାଦ୍ୟ ପେୟ ସହିତ ବସ ରିଜର୍ଭ କରି ଜଗନ୍ନାଥ ଧାମ ଭ୍ରମଣ କରାଉଛନ୍ତି ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ । ପ୍ରଶାନ୍ତ ଜଣେ ଲୁଗା ଦୋକାନରେ କାର୍ଯ୍ୟରତ ଶ୍ରମିକ ।ଯାହା ମାସିକ ଦରମା ପାଆନ୍ତି ସେଥିରେ ନିଜ ପରିବାର ପ୍ରତିପୋଷଣ କରିବା ସହିତ ସମାଜସେବା ମଧ୍ୟ କରିଥାନ୍ତି ।ଅନ୍ୟର ଦୁଃଖରେ ସମଦୁଃଖୀ ହୋଇ ଅଯାଚିତ ଭାବେ ସାହାଯ୍ୟ ସହଯୋଗରେ ଠିଆ ହୋଇଥାନ୍ତି ପ୍ରଶାନ୍ତ । ଏଥିପାଇଁ ଅନ୍ୟ ମାନଙ୍କ ଠାରୁ ପ୍ରଶଂସା ମିଳିଛି ସିନା ହେଲେ ତାଙ୍କର ତୀର୍ଥଯାତ୍ରା କରାଇବାରେ କୌଣସି ଆର୍ଥିକ ସହଯୋଗ କାହାରି ଠାରୁ ପାଇଁ ନାହାନ୍ତି ବୋଲି କହୁକହୁ କହି ଦେଇଛନ୍ତି । ବେଶ ହସଖୁସିରେ ନିଜେ ନିଜର ମିଶନ ଚଳେଇ ଥିବା ବେଳେ, ଆଗକୁ ଜାରି ରଖିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି। ନିଃଶୁଳ୍କ ଯାତ୍ରାରେ ସାମିଲ ଥିବା ବ୍ୟକ୍ତିମାନେ ବହୁତ ଖୁସିରେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

 

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର ।