୫୩ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୁଗୁଡା : ତା ୨୯/୧୦/୨୪ : ସ୍ଥାନୀୟ ପିପୁଲ୍ସ କଲେଜ ପରିସରରେ ଆୟୋଜିତ ୫୩ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରାୟୋଜିତ ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ପିପୁଲ୍ସ କଲେଜ ସ୍ପୋର୍ଟସ ଆସୋସିଏସନ ଆୟୋଜନ କରିଥିବା ବେଳେ ଏଥିରେ ବିଭିନ୍ନ ମହାବିଦ୍ୟାଳୟର ୨୭ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଅବସରରେ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଅଂଶଗ୍ରହଣକାରୀ ଦଳଗୁଡ଼ିକର ପ୍ଯାରେଡ୍ ଅଭିବାଦନ ଗ୍ରହଣ କରିଥିଲା ବେଳେ ଅତିଥି ଭାବେ
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପିଇଓ ରବି ଚରଣ ମିଶ୍ର ଓ ପିପୁଲ୍ସ କଲେଜ ସ୍ପୋର୍ଟସ ଆସୋସିଏସନ ଉପସଭାପତି ସୁଶାନ୍ତ କୁମାର ସାହୁ ଯୋଗ ଦେଇ ଖେଳାଳିଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ଯାଚଟି ବ୍ରହ୍ମପୁର ୟୁନିଭରସିଟି ପିଜି ଡିପାର୍ଟମେଣ୍ଟ ଟିମ୍ ଏବଂ ବାଲିଗୁଡ଼ା ଆଦିବାସୀ କଲେଜ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ଯାଚଟିକୁ ଆମ୍ପାୟର ଶ୍ରୀନିବାସ ଦୋରା ଓ ରେଫେରି ଶ୍ରୀକର କୁମାର ମାଝି ପରିଚାଳନା କରିଥିବା ବେଳେ ରାକେଶ କୁମାର ପ୍ରଧାନ ଓ ରବିନ୍ଦ୍ର ବେହରା ସ୍କୋରର୍ ଦାୟିତ୍ବ ନିର୍ବାହ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ପରିଷଦର ସଦସ୍ୟ ରାଜେଶ କୁମାର ମହାନ୍ତି ପର୍ଯ୍ଯବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଟୁର୍ଣ୍ଣାମେଣ୍ଟ ପରିଚାଳନା ଦାୟିତ୍ବରେ ରହିଥିବା ଜଣାଯାଇଛି ।