November 26, 2024

ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ ସଫଳତା: ଧରାପଡିଲା ଆନ୍ତଃ ରାଜ୍ୟ ବାଇକ ଲୁଟେରା ୧୯ ଟି ନାମୀଦାମୀ ବାଇକ ଜବତ ଜଣେ ଗିରଫ 

Share

 

ପାରଳାଖେମୁଣ୍ଡି:୨୮/୯(ଗରୁଡ଼ ଧ୍ୱଜ ଚୌଧୁରୀ) ପାରଳାଖେମୁଣ୍ଡି ପୋଲିସ କୁ ମିଳିଛି ବଡ଼ ସଫଳତା ଧରା ପଡିଲା ବାଇକ ଲୁଟେରା ୧୯ ଟି ନାମୀଦାମୀ ବାଇକ ଜବତ କରିବା ସହ ଆନ୍ତଃ ରାଜ୍ୟ ବାଇକ ଲୁଟେରା ଜଣକୁ ଗିରଫ କରିଥିବା ନେଇ ଆଜି ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ପୋଲିସର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ମହାନ୍ତି ସୂଚନା ଦେଇଛନ୍ତି l ତାଙ୍କର ସୂଚନା ଅନୁଯାୟୀ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଫରେଷ୍ଟ ଗେଟ ଛକ ନିକଟରେ ପାରଳାଖେମୁଣ୍ଡି ପୋଲିସ ଟିମ ଏସ ଆଇ ଲକ୍ଷ୍ମଣ ବେଶରାଙ୍କ ନେତୃତ୍ୱ ରେ ପୋଲିସ କର୍ମଚାରୀ ମାନେ ୨୭ରାତ୍ର୧୧

ଟା ସମୟରେ ଯାନବାହନ କରୁଥିବା ବେଳେ ଆର.ରଘୁନାଧମ୍ ଓରଫ ରଘୁ ପ୍ରଧାନ ଏକ କ୍ଲାସିକ ବୁଲେଟ ରେ ଯାଉଥିବା ବେଳେ ପୋଲିସ ହାବୁଡରେ ପଡ଼ିଥିଲା ତାଙ୍କୁ ପୋଲିସ ପଚରାଉଚରା କରିବାରୁ ଜଣାପଡ଼ିଲା ଯେ ସେ ଜଣେ ଆନ୍ତଃ ରାଜ୍ୟ ବାଇକ ଲୁଟେରା ଏବଂ ସେ ଧରିଥିବା ବୁଲେଟ ଟି ମଧ୍ଯ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପଲସା ରୁ ଚୋରି କରି ଆଣିଥିବା ସ୍ବୀକାର କରିଥିଲା I ତାକୁ ଥାନାକୁ ଆଣି ପୋଲିସ ଅଧିକ ଜେରା କରିବାରୁ ସେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା, ବିଜୟନଗରମ ଓ ଶ୍ରୀକାକୁଲମ ଜିଲ୍ଲାରୁ ବହୁ ନାମିଦାମୀ ମୋଟର ସାଇକେଲ ଚୋରି କରି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ରଖିଥିବା କହିଥିଲା l ତାହାପରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଏକ ପୋଲିସ୍ ଟିମ ଥାନା ଆଇ.ଆଇ.ସି ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ପି.ଏନ.ବେହେରା, ଏସ.ଆଇ ଲକ୍ଷ୍ମଣ ବେଷରା, ହାବିଲଦାର

ପି.ସି ମିଶାଲ ଙ୍କ ନେତୃତ୍ୱରେ ପୋଲିସ୍ ଗଜପତି ଜିଲ୍ଳାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୋହନା, ଚନ୍ଦ୍ରଗିରି, ରାମଗିରି ଖଜୁରୀପଦା ଅଞ୍ଚଳରୁ ନାମୀଦାମୀ ୧୯ ମୋଟରସାଇକେଲ ଉଦ୍ଧାର କରିଥିଲେ l ଉଦ୍ଧାର କରାଯାଇଥିବା ୧୯ ମୋଟର ସାଇକେଲ ମଧ୍ୟରୁ ବୁଲେଟ -୭ ଟି, ପୋଲସର୍ -୬ ଟି ୟମହା -୩ ଟି ଓ ଆପାଚି -୨ ଓ କେଟିଏମ୍ ବାଇକ -୧ ଟି ରହିଛି ଏ ଏସ ପି ଶ୍ରୀ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଥିଲେ l ଗିରଫ ହୋଇଥିବା ବାଇକ ଲୁଟେରା ନା ହେଲା ଆର ରଘୁନାଦମ୍ ଓରଫ ରଘୁ ପ୍ରଧାନ, ବୟସ (୨୯),ଗ୍ରାମ ପେଦାଞ୍ଚଳମ୍

ଥାନା ପଲାସା, ଆନ୍ଧ୍ର ପ୍ରଦେଶ ବୋଲି ଜଣା ପଡିଛି l ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଆସାମୀ ବିରୋଧରେ କେସ ନଂ:୨୯୩/୨୮-୯-୨୪ରେ ଧାରା ୟୁ/ଏସ -୩୦୩(୨)/୩୧୭(୨)/୩(୫) ବିଏନଏସ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରୀ ରଖିଥିବା ପୋଲିସ କହିଛି l ଏହି ସାମ୍ବାଦିକ ସମ୍ମିଳନୀରେ ଡିଏସପି ମାଧବା ନନ୍ଦ ନାୟକ, ଆଇ ଆଇ ସି ପ୍ରଶାନ୍ତ କୁମାର ଭୂପତି, ପୁରୁଣା ପାଟଣା ଥାନାର ସି ଆଇ. ଏନ. ସାଇ ପ୍ରମୁଖ ଉପସ୍ଥିତ ଥିଲେ l

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.