September 29, 2024

ଆସୁଛନ୍ତି ମା’ ; ଶକ୍ତିପୀଠଗୁଡ଼ିକରେ ଚାଲିଛି ଷୋଡ଼ଶ ଉପଚାର ପୂଜା — ଚଣ୍ଡିପାଠ ଓ ହୋମଯଜ୍ଞରେ ଉତ୍ସବମୁଖର ପୀଠ । ମା’ଙ୍କ ଦୁର୍ଲଭ ବେଶ ଦର୍ଶନ କରି କୃତକୃତ୍ୟ ଶ୍ରଦ୍ଧାଳୁ ..

Share

 

 

 

ବ୍ରହ୍ମପୁର (ବ୍ୟୁରୋ)ଆଦିଶକ୍ତି ମା’ ତାରାତାରିଣୀଙ୍କ ପିଠରେ ଚାଲିଛି ଷୋଡଶ ଉପଚାର ପୂଜା । ମା’ଙ୍କ ଦିବ୍ୟ ଆଳତି ଦର୍ଶନ ପାଇଁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ଶହ ଶହ ଶ୍ରଦ୍ଧାଳୁ ଲମ୍ବା ଲାଇନରେ ଛିଡା ହୋଇ ମା’ଙ୍କ ଦର୍ଶନ କରିଛନ୍ତି । ଗଞ୍ଜାମ ଓ ଗଞ୍ଜାମ ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ମାନସିକ ଧାରୀମାନେ ଉତ୍ସାହର ସହ ଲାଇନରେ ରହି ଅପେକ୍ଷା ରତ ରହିଥିଲେ । ମା’ଙ୍କ ଷୋଡଶ ଉପଚାର ପୂଜା ମୂଳା ଅଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ଦିନ ଚଣ୍ଡୀ ପାଠ ସହ ହୋମ ଯଜ୍ଞର ଓ ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ମା’ଙ୍କ ପୀଠ । ବିଶ୍ୱାସ ରହିଛି ଆଦି ଶକ୍ତି ମା’ ତାରାତାରିଣୀଙ୍କ ପାଖରେ ଯେଉଁ ମାନସିକ କରାଯାଏ ତାହା ପୂର୍ଣ୍ଣ ହୁଏ।

କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକଚଣ୍ଡୀ ଙ୍କ ପୀଠରେ ଚାଲିଛି ଷୋଡଶ ଦୀନାତ୍ମକ ଷୋଡଶ ଉପଚାର ପୂଜା। ଏହି କ୍ରମରେ ମା’ଙ୍କ ତ୍ରୀପୁରା ଭୈରବୀ ବେଶ କରାଯାଇଛି। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବା ପରେ ସ୍ୱତନ୍ତ୍ର ତ୍ରୀପୁରା ଭୈରବୀ ବେଶ କରାଯାଇଛି। ପରେ ପ୍ରତିଦିନ ରାତିରେ ମାଆଙ୍କ ପୀଠରେ ଚଣ୍ଡୀପାଠ କରାଯିବ। ମାଆଙ୍କ ଏହି ବେଶ ଦର୍ଶନ କରିବାକୁ ମନ୍ଦିରରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବା ସହ ଦୀପ ଲଗାଇ ପ୍ରାର୍ଥନା କରିଛନ୍ତି। ମା’ଙ୍କ ଏହି ବେଶ ଦେଖି ଅନେକ ଭକ୍ତ ଖୁସି ପ୍ରକାଶ କରି ଆତ୍ମ ତୃପ୍ତି ଅନୁଭବ କରିଥିବା କହିଛନ୍ତି ଶ୍ରଦ୍ଧାଳୁ।

ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମହିସା ମର୍ଦ୍ଦିନୀ ମା’ ଶାରଳାଙ୍କ ପୀଠରେ ପାର୍ବଣ ପୂଜାର ୫ ମ ଦିବସରେ ମା’ଙ୍କ ନିକଟରେ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଛି । ଶାରଦୀୟ ଦୁର୍ଗାପୂଜାରେ ମା’ଙ୍କୁ ଆବାହନ କରିବା ପାଇଁ ଆରଦ୍ରା ନକ୍ଷତ୍ର ଠାରୁ ମହିଂସା ମର୍ଦ୍ଧିନୀ, ଦୁର୍ଗତି ନାସିନୀ , ଶକ୍ତି ପ୍ରଦାୟିନୀ ମା’ଙ୍କୁ ବିଭିନ୍ନ ମନ୍ତ୍ର ଯଥା ଆସନ,ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ମଧୂପର୍ବ, ପୁନ୍ନ ଆଚମନ ଆଦି ଷୋଡଶ ଉପଚାର ପୂଜା ମା’ଙ୍କ ନିକଟରେ କରାଯାଉଛି। ପଣ୍ଡିତମାନେ ମଧ୍ୟ ଚଣ୍ଡୀପାଠ କରି ମା’ଙ୍କୁ ପ୍ରସନ୍ନ କରୁଛନ୍ତି । ଅନ୍ୟପଟେ ଷୋଡଶ ଉପଚାର ପୂଜା ବିଦ୍ଧି ଅନୁସାରେ ମା’ଙ୍କ ପୂଜା ଚାଲିଥିବା ବେଳେ ମା’ଙ୍କ ଦୁର୍ଲଭ ରୂପ ଦର୍ଶନ କରି ଶ୍ରଦ୍ଧାଳୁ ମାନେ ନିଜକୁ ଧନ୍ୟ ମନେ କରିଛନ୍ତି।

You may have missed