September 29, 2024

ଭୂତ କୋଠୀ ପାଲଟିଛି ମହେନ୍ଦ୍ରଗଡ ରେଶମ ସୂତା କଟା ଓ ବଳା କେନ୍ଦ୍ର

Share

 

ମୋହନା—ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ରେ ନାହିଁ କୌଣସି ଶିଳ୍ପ କେନ୍ଦ୍ର l ଫଳରେ କାମ ନପାଇ ଲୋକେ ପରିବାର ଚଳାଇବା ପାଇଁ କୁଲି ମଜୁରି କାମ କରିବା ସହ ବାହାର ରାଜ୍ୟକୁ ଦାଦବ ଖଟିବାକୁ ଯାଉଛନ୍ତି l ତେବେ ଅଞ୍ଚଳର ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓ ଲୋକଙ୍କୁ କାମ ଯୋଗାଇବା ପାଇଁ ଗଜପତି ଜିଲ୍ଲା ମହେନ୍ଦ୍ରଗଡ ରେ ୧୯୯୩ ମସିହାରେ ତତ୍କାଳୀନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଉଦଘାଟନ କରିଥିଲେ ରେଶମ ସୂତା କଟା ଓ ବଳା କେନ୍ଦ୍ର l ଏହି କେନ୍ଦ୍ର ସହ ଅଞ୍ଚଳର ପ୍ରାୟ ୫ ଶହ ରୁ ଉର୍ଦ୍ଧ ଚାଷୀ ଜଡ଼ିତ ହେବାସହ ପ୍ରାୟ ୪ ଶହ ରୁ ଅଧିକ ମହିଳା ରୋଜଗାର ପାଉଥିଲେ l ଏଥିପାଇଁ କୋଟି କୋଟି ଟଙ୍କାର ବିଭିନ୍ନ ପ୍ରକାର ସରଞ୍ଜାମ ମଧ୍ଯ ରଖାଯାଇଥିଲା l ଏହି କେନ୍ଦ୍ରରେ କୁଶପଲି, ମହେନ୍ଦ୍ରଗଡ଼, ମକାପଦl, ସୁଗୁବା, କାକିଲି, ଛେଳିଗଡ, ତିଳିଗାଁ, ରଣlଲଇ , ଲବlରସିଂ, ରାୟପୁର ଆଦି ବିଭିନ୍ନ ଗାଁର ମହିଳା ମାନେ କାମ କରୁଥିଲେ l ଗୋଟିଏ ଘରେ ରେଶମ ପୋକ ଗୁଡ଼ିକୁ ଭାଡ଼ି ଭଳି ସଜାଇ ରଖାଯିବା ସହ ପୋକ ଗୁଡ଼ିକ ଖାଇବା ପାଇଁ ତୁତ ଗଛର ପତ୍ର ଦିଆଯାଇଥାଏ l ଏହି ତୁତ ଚାଷ ସହ ରେଶମ ପୋକ ପାଳନ କରି ବେଶ ଲାଭବାନ ହେଉଥିଲେ ଚାଷୀ l ରେଶମ ପୋକ ଗୁଡ଼ିକ ରେଶମ ସୂତା ଗୁଳା ବାନ୍ଧିବା ପରେ ସେଗୁଡିକୁ ବୋଏଲିଂ କରାଯାଇ ସେଥିରୁ ସୂତା କାଟି ବଳା କରିଥାନ୍ତି ମହିଳା ମାନେ l ପ୍ରତିଦିନ ମହିଳା ମାନେ ଦୁଇ ରୁ ୩ କିଲୋ ସୂତା କରୁଥିଲେ l ଏଭଳି ଭାବେ ୧୯୯୩ ରୁ ମହିଳା ମାନେ ଏହି କେନ୍ଦ୍ରରେ କାମ କରି ମାସକୁ ୧୫ ଶହ ରୁ ୧୮ ଶହ ଟଙ୍କା ରୋଜଗାର କରୁଥିଲେ l ହେଲେ ବିଜୁ ପଟ୍ଟନାୟକଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି କେନ୍ଦ୍ର ପ୍ରାୟ ୨୦ ବର୍ଷ ହେଲା ବନ୍ଦ ହୋଇ ଯାଇଛି ବୋଲି କହିଛନ୍ତି ମହିଳା ମାନେ l ୨୦ ବର୍ଷ ହେଲା ଏହି କେନ୍ଦ୍ର ବନ୍ଦ ହୋଇଯିବା ଯୋଗୁଁ ମହିଳା ମାନେ ରୋଜଗାର ହରାଇଲେ l ଯଦି ବର୍ତ୍ତମାନ ସୁଦ୍ଧା ଏହି କେନ୍ଦ୍ର ଚାଲିଥାନ୍ତା ତେବେ ସେମାନେ ମାସକୁ ଅତି କମରେ ୧୦ ହଜାର ଟଙ୍କା ରୋଜଗାର କରିଥାନ୍ତେ ବୋଲି କହିଛନ୍ତି ପୂର୍ବରୁ କାମ କରିଥିବା ମହିଳା ମାନେ l କୋଟି କୋଟି ଟଙ୍କାର ମେସିନ ସବୁ ଏବେ ଖତ ଖାଉଥିବା ବେଳେ ଏହି ଶିଳ୍ପ କେନ୍ଦ୍ର ଭୂତ କୋଠୀ ପାଲଟିଛି l ମହିଳା ଏବେ କୁଲି ମଜୁରି କରି ପରିବାର ଚଳାଉଥିବା କହିଛନ୍ତି l ଯଦି ବର୍ତ୍ତମାନ ସରକାର ଏହି କେନ୍ଦ୍ରକୁ ପୁଣି ଆରମ୍ଭ କଲେ ସେମାନେ ରୋଜଗାର ପାଇଥାନ୍ତେ ବୋଲି କହିଛନ୍ତି ସ୍ଥାନୀୟ ମହିଳା l ଏହି କେନ୍ଦ୍ର ଆରମ୍ଭ ବେଳେ ମାତ୍ର ୧୦ ଟଙ୍କା ରେ ୱାଚ ମ୍ୟାନ ତାୟିତ୍ୱରେ ଥିଲେ ବୋଲି କହିଛନ୍ତି କୁଶପଲି ଗାଁର ନାରାୟଣ ରଇତ l ଅନ୍ୟ ପକ୍ଷରେ ଏବେ କେବଳ କିଛି ଚାଷୀ ତୁତ ଚାଷ କରିବା ସହ ରେଶମ ପୋକ ପାଳନ କରି ଏହି କେନ୍ଦ୍ରକୁ ପ୍ରଦାନ କରୁଛନ୍ତି l ରେଶମ ପୋକ ଦ୍ଵାରା ପ୍ରସ୍ତୁତ ରେଶମ କୋଷା କୁ ବୋଏଲିଂ ପାଇଁ ବିଶାଖାପାଟଣା ପଠାଯାଉଥିବା କହିଛନ୍ତି ଦାୟିତ୍ୱରେ ଥିବା କର୍ମଚାରୀ ନିରଞ୍ଜନ ଭୂୟାଁ l ତେଣୁ ସରକାର ତୁରନ୍ତ ଏହି କେନ୍ଦ୍ର ଖୋଲିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।