November 23, 2024

ନିମଖଣ୍ତି ସେକ୍ଟର ପୋଷଣ ଦିବସ ପାଳିତ

Share

ନିମଖଣ୍ତି ସେକ୍ଟର ପୋଷଣ ଦିବସ ପାଳିତ

କୁକୁଡ଼ାଖଣ୍ତି,୨୯/୯ ସାରା ଦେଶରେ ସେପ୍ଟେମ୍ବର ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ କୁକୁଡ଼ାଖଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ବୋରିଗାଁ , ନିମଖଣ୍ତି, ଲୋଚାପଡା ତିନିଟା ଗ୍ରାମ ପଞ୍ଚାୟତକୁ ନେଇ ନିମଖଣ୍ତି ସେକ୍ଟର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନୱାଡି କର୍ମୀ ମାନେକୁ ନେଇ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାର୍ଯ୍ୟକ୍ରମକୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ କୁସୁମ କୁମାରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ସେହିପରି ନିର୍ଭୟ କଢି , ବିଜୁ କନ୍ୟାରତ୍ନ ଯୋଜନା ଓ ନବ ଜନ୍ମିତ ଶିଶୁକୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ପୁଷ୍ଟିକର ଖାଦ୍ୟ ତଥା ମାଣ୍ଡିଆ , ଗହମ , ଶାଗ , ଛତୁଆରେ ବିଭିନ୍ନ ପ୍ରକାର ପୁଷ୍ଟିକର ଓ ସୁସ୍ୱାଦ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ଏହି ଖାଦ୍ୟ ସେବନ କରିବା ଦ୍ଵାରା ମାଆ ଓ ଶିଶୁମାନେ ଅପପୃଷ୍ଟି ରୋଗରୁ ମୁକ୍ତି ପାଇବା ସହ ଜନ୍ମିତ ଶିଶୁମାନେ ରୋଗମୁକ୍ତ ହୋଇପାରିବେ । ଏହି ସବୁ ଖାଦ୍ୟ ପଦାର୍ଥ ଖାଇବା ଦ୍ଵାରା ଗର୍ଭବତୀ ମହିଳାମାନେ ନିଜର ଯତ୍ନ ନେବା ସହ ନିଜ ନିକଟରେ ମିଳୁଥିବା ଖାଦ୍ୟ ଶସ୍ୟକୁ କିପରି ସୁଷମ ଖାଦ୍ୟ ପ୍ରସ୍ତୁତ କରି ଖାଇବେ ସେ ନେଇ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ । ଏଥିସହ ନବ ଜନ୍ମିତ ଶିଶୁକୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ସମନ୍ବୟ ବିଭାଗ ର ସୁପରଭାଇଜର ଶର୍ମିଷ୍ଠା ପଣ୍ଡା ସଭା ପରିଚାଳନା କରିଥିଲା। ଅଙ୍ଗନବାଡ଼ି କର୍ମୀ ସଂଘ ସଭାନେତ୍ରୀ ମାଣିକେଶ୍ଵରୀ ପଟ୍ଟନାୟକ, ସମ୍ପାଦିକା ସୁଦଷ୍ଠା ପଟ୍ଟନାୟକ, କେଷାଧ୍ୟକ୍ଷା ପ୍ରମିଳା ଜେନା, ନିମଖଣ୍ତି ସେକ୍ଟର ଶାନ୍ତିଲତା ଦେବୀ,ଏ.ଲକ୍ଷ୍ମୀ, ପି.ସୁଶୀଳା, ସଂଯୁକ୍ତା କୁମାରୀ ସାହୁ, ଇନ୍ଦିରା ପାତ୍ର, ଲଳିତା ସାହୁ, ଗୀତାଞ୍ଜଳି ମାଝି, ସୁପରଭାଇଜର ମାନେ ହେଲେ ସ୍ମିତାମୟୀ ପ୍ରଧାନ, ଉଷା ପଟ୍ଟନାୟକ, ଲିଜା ସେଠୀ, ପ୍ରତିଭା ମହାନ୍ତି, ସବିତା ଜେନା, ମମତା କୁମାରୀ ପଣ୍ଡା , ଶାନ୍ତିଲତା ଗମାଙ୍ଗ, ଛବିଲତା ଦେବୀ, ସ୍ୱର୍ଣ୍ଣଲତା ଦେବୀ, ବରିଷ୍ଠ କିରାଣି ସସ୍ମିତା ରାଣୀ ମିଶ୍ର ,ବାପିନା ବିଷୋୟୀ , ସନ୍ତୋଷ ଆଚାର୍ଯ୍ୟଙ୍କ ସମେତ ନିମଖଣ୍ତି ସେକ୍ଟର ସମସ୍ତ ଅଙ୍ଗନବାଡ଼ି କର୍ମୀ , ସହାୟିକା ଓ ଗର୍ଭବତୀ ମା , ସ୍ବୟଂ ସହାୟକ ଗୋଷ୍ଠୀର ମାଆମାନେ , ପ୍ରାକ ବିଦ୍ୟାଳୟର ଶିଶୁ , କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ