ବ୍ଲକ ସ୍ତରୀୟ କବାଡି,ଉଭୟ ବାଳକ ଓ ବାଳିକାରେ ପିପୁଲ୍ସ କଲେଜ ଚମ୍ପିୟାନ

ବୁଗୁଡ଼ା : ତା ୨୯/୦୮/୨୫ : ଜାତୀୟ କ୍ରୀଡା ଦିବସରେ ବୁଗୁଡ଼ା ଶ୍ରୀକର ଭଞ୍ଜ ସ୍ପୋର୍ଟ୍ସ ଆଣ୍ଡ କଲଚୁରାଲ ଆସୋସିଏସନ ଆନୁକୂଲ୍ୟରେ ୧୭ ବର୍ଷ ବୟସରୁ କମ ପ୍ରତିଯୋଗୀଙ୍କୁ ନେଇ ବ୍ଲକ ସ୍ତରୀୟ କବାଡି ଟୁର୍ନାମେଣ୍ଟ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରତିଯୋଗିତାକୁ ଆସୋସିଏସନର ସଭାପତି ଡ଼.ସୁବାସ ଚନ୍ଦ୍ର ପରିଡା ଉଦଘାଟନ କରିଥିବା ବେଳେ ସମ୍ପାଦକ ଅନିଲ ପଟ୍ଟନାୟକ, ସହ ସମ୍ପାଦକ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଯୋଗଦେଇ ଥିଲେ l ବାଳକ ବିଭାଗରେ ୮ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ବୁଗୁଡ଼ା ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଳ ତାଳସାକର ହାଇସ୍କୁଲକୁ ହରାଇ ଚମ୍ପିୟାନ ହୋଇଥିବା ବେଳେ ବାଳିକା ବିଭାଗରେ ଅଂଶ ଗ୍ରହଣ କରିଥିବା ୪ଟି ଦଳ ମଧ୍ୟରୁ ଫାଇନାଲରେ ବୁଗୁଡ଼ା ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ଦଳ ବାଲିପଦର ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା l ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମିଡ଼ିଆ କ୍ଳବ ସଭାପତି ଅନିଲ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ସହ ସମ୍ପାଦକ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, କ୍ରୀଡ଼ାବିତ କିଶୋର ଚନ୍ଦ୍ର ପଣ୍ଡା ଯୋଗଦେଇ ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ l କ୍ରୀଡା ପ୍ରଶିକ୍ଷକ କ୍ରିଷ୍ଣା ରାଓ ପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ରେଫେରୀ ଭାବେ ହରିହର ବିଶ୍ୱାଳ, ରବୀନ୍ଦ୍ର ବେହେରା, ସ୍ୱରାଜ ସାହୁ ଓ ସ୍କୋରର ଭାବେ ଦୀପକ କୁମାର ସାହୁ,ଲାଇନ ମ୍ୟାନ ଅକ୍ଷୟ ନାୟକ, ଅଜୁ ଭୂୟାଁ ଦାୟିତ୍ୱ ତୁଲାଇ ଥିବା ବେଳେ ବାଦଲ ଭୂୟାଁ, ସନ୍ତୋଷ କୁମାର ଖଣ୍ଡେଇ,ଜଗନ୍ନାଥ ମହାନ୍ତି, କେ ଶ୍ରୀନିବାସ ଦୋରା, ଭଞ୍ଜ କିଶୋର ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ l
