ହଂସପୁର ଠାରେ ଛତ୍ରପୁର ବ୍ଲକ କଂଗ୍ରେସର ସାଂଗଠନିକ ବୈଠକ

ଛତ୍ରପୁର. ତା ୨୯/୮/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ନିର୍ବାଚନ ମଣ୍ଡଳୀ ପୋଟଲମପୁର ପଞ୍ଚାୟତ ହଂସପୁର ଠାକୁରାଣୀ ମନ୍ଦିର ଠାରେ କଂଗ୍ରେସର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା କନଭେନର ତ୍ରିନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଦେଶ କଂଗ୍ରେସ କମିଟି ଗଞ୍ଜାମ ଜିଲ୍ଲା ପ୍ରଭାରୀ ତୁଲେଶ୍ୱର ନାୟକ ଯୋଗଦେଇଥିଲେ l ଜିଲ୍ଲା କୋ-କନଭେନର ରଶ୍ମିରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏହି ସାଙ୍ଗଠନିକ ବୈଠକରେ ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ନେଇ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ସଞ୍ଜୟ ମଣ୍ଡଳ, ଗୋପାଳପୁର ବିଧାୟକ ପ୍ରାର୍ଥୀ ଶ୍ୟାମ ସୁନ୍ଦର ସାହୁ, ଗଂଜାମ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ପଟ୍ଟନାୟକ , କୃଷକ ନେତା ବୃନ୍ଦାବନ ଖଟେଇ, ପଦ୍ମ ଚରଣ ସାହୁ, ଗଣପତି ବାରିକ, ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ନାହାକ, ପୂର୍ବତନ ସମିତିସଭ୍ୟ ରଙ୍କ ଦାସ, କୁନା ଦାସ, ଅଶୋକ ମହାପାତ୍ରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l
