March 11, 2026

ଟ୍ୱିଟର ମ୍ୟାନ୍ ରାଜୁ କୁମାର ଦଳାଇ  ୧ ହଜାର ରୁ ଅଧିକ ସମସ୍ୟା ସମାଧାନ କରିସାରିଲେଣି

IMG-20250829-WA0034
Share

 

ଭୋଗରାଇ ( ଦେବାଶିଷ ଦାଶ )

 

ଟ୍ୱିଟର ମ୍ୟାନ୍ ରାଜୁ କୁମାର ଦଳାଇ ଟ୍ୱିଟର ବା ‘X’ ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରୁଥିବାରୁ ରାଜୁ କୁମାର ଦଳାଇ ଜଣେ ଟ୍ୱିଟର ମ୍ୟାନ୍ ଭାବେ ପରିଚିତ ହୋଇଛନ୍ତି।ରାଜୁ କୁମାର ଦଳାଇ ଆସୋସିଏସନ୍ ଅଫ୍ ଟୁଇଟର ଆକ୍ଟିଭିଭିଷ୍ଟ୍ (ଆଟା)ଆସୋସିଏସନ୍‌ର ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ କୋରଡିନେଟର ଭାବେ କାମ କରୁଛନ୍ତି। ଲୋକଙ୍କ ସମସ୍ୟା ଦେଖି ପ୍ରତିଦିନ ରାଜୁ ଟ୍ୱିଟର ମାଧ୍ୟମରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମସ୍ୟା ଗୁଡ଼ିକ ସମାଧାନ କରିଆସୁଛନ୍ତି।୨ ବର୍ଷ ଭିତରେ ସେ ୧ ହଜାର ରୁ ଅଧିକ ସମସ୍ୟାର ସମାଧାନ କରିଥିବା ଜଣାପଡ଼ିଛି।

ଟିମ୍ ଆଟାର କର୍ମକର୍ତ୍ତା ସାରା ରାଜ୍ୟରେ କାମ କରୁଥିବା ବେଳେ ବାଲେଶ୍ଵର ଜିଲ୍ଲା ପାଇଁ ରାଜୁକୁ ରଖାଯାଇଛି ଭୋଗରାଇ ବ୍ଲକ କୋରଡିନେଟର।ଭୋଗରାଇ ବ୍ଲକ ସୁନାଧରବସାଣ ପଞ୍ଚାୟତ ସୁନାଧରବସାଣ ଗ୍ରାମର ମାତା ପାର୍ବତୀ ଦଳାଇ ଓ ପିତା ରମେଶ ଦଳାଇଙ୍କ ପୁଅ ରାଜୁ କୁମାର ଦଳାଇ ପ୍ରତିଦିନ କାମ କରିବା ସହିତ ଲୋକଙ୍କ ସମସ୍ୟା ବାବଦରେ ପ୍ରତିଦିନ କିଛି ନା କିଛି ଟ୍ୱିଟରରେ ପୋଷ୍ଟ କରିଥାନ୍ତି | ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ରାଜୁ ବାରମ୍ବାର ପୋଷ୍ଟ କରିଥାନ୍ତି ଆଉ ଶେଷରେ ପ୍ରଶାସନ ବାଧ୍ୟ ହୋଇଥାଏ ସମାଧାନ କରିବାକୁ। ଆଜିଯାଏ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରାୟ ୪୩୨୦ ଟି ରୁ ଊର୍ଦ୍ଧ୍ବ ସମସ୍ୟା ଟ୍ୱିଟ୍ କରିଥିବା ବେଳେ ସେଥି ମଧ୍ୟରୁ ୧ ହଜାର ସମସ୍ୟା ସମାଧାନ କରିପାରିଛନ୍ତି। ତାଙ୍କର ଟ୍ୱିଟ୍ କାରଣରୁ ଅନେକ ସମସ୍ୟାର ସମାଧାନ ହେଉଥିବାରୁ ସେ ଏବେ ଟ୍ୱିଟର ମ୍ୟାନ୍ ଭାବେ ବେଶ୍ ପରିଚିତ।ଆଜିର ଯୁବପିଢି ଅଧିକାଂଶ ସମୟରେ ନିଜର ମନୋରଞ୍ଜନ ନିମନ୍ତେ ସୋସିଆଲ ମିଡିଆକୁ ବ୍ୟବହାର କରୁଥିବା ବେଳେ ଯୁବ ସମାଜସେବୀ ରାଜୁ ଏହାକୁ ସମାଜ ସେବା ପାଇଁ ଉପଯୋଗ କରୁଛନ୍ତି।ତାଙ୍କ ଟ୍ୱିଟରରେ ଅନେକ ଦୁଃଖୀ,ଅସହାୟ ଗରିବ ବୃଦ୍ଧା, ଭିନ୍ନ‌କ୍ଷମ, ବିଧବା ଭତ୍ତା, ରାସନ୍,ବ୍ୟାଙ୍କ୍, ରେଳ, ପୋଷ୍ଟାଲ, ଶିକ୍ଷା, ସ୍ବାସ୍ଥ୍ୟ, ପୋଲିସ୍, ପାନୀୟ ଜଳ ସମସ୍ୟା,ରାସ୍ତା ନିର୍ମାଣ,ବିଦ୍ୟୁତ୍ ବିଭାଗ ଓ ବରିଷ୍ଠ ନାଗରିକଙ୍କ ମୁହଁରେ ସେ ହସ ଫୁଟେଇ ଦେଉଛି। ଆଗକୁ ଏମିତି କାର୍ଯ୍ୟ ଜାରି ରଖିବେ ବୋଲି ରାଜୁ କୁମାର ଦଳାଇ କହିଛନ୍ତି..