November 15, 2024

ନବରଙ୍ଗପୁର ଜିଲ୍ଲା ରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ……….

Share

 

 

ନବରଙ୍ଗପୁର:- (ଏମ୍.ଦିନା°ଶୁ ଆଚାରୀ ) ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଡି ପି ଆର ସି ସମ୍ମିଳନୀ କକ୍ଷରେ ଏକ ଦିବସୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ନବୀନ ଚନ୍ଦ୍ର ନାୟକଙ୍କ ଅଧକ୍ଷତା ଦ୍ବାରା ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡିଶା ରେ ୧୯୯୯ ମସିହା ମହାବାତ୍ୟା ରେ ଯେଉଁ କ୍ଷୟକ୍ଷତି ଘଟିଥିଲା ତାହା ପର ଠାରୁ ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବା କ୍ଷେତ୍ରରେ ଯେଉଁ ସଫଳତା ହାସଲ କରି ପାରିଛି ତାହା ସାରା ଦେଶରେ ନୁହଁ ସାରା ପୃଥିବୀରେ ଉଚ୍ଚ ପ୍ରଶଂସିତ ହୋଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ l ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିର୍ବାଚିତ ପ୍ରତିନିଧି ଙ୍କ ସହ ଜନସାଧାରଣଙ୍କ ସହୋଯାଗ ଏକାନ୍ତ ଆବଶ୍ୟକ ବୋଲି ଜିଲ୍ଲାପାଳ ଡକ୍ଟର ମହାପାତ୍ର ମତ ପ୍ରକାଶ କରିଥିଲେ l ଜିଲ୍ଲା ଜରୁରୀ କାଳୀନ ବିଭାଗ ର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ସଭା ର ଅଧ୍ୟକ୍ଷ, ମୁଖ୍ୟ ଅତିଥି ଏବଂ ଉପସ୍ଥିତ ଥିବା ସମସ୍ତ ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳୀ ର ସଭାପତି ଏବଂ ସମ୍ପାଦକ ମାନଙ୍କୁ ସ୍ବାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ l ଏହି ପ୍ରଶିକ୍ଷଣ ଶିବିର ରେ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ର ବରିଷ୍ଠ ଅଧିକାରୀ ମେଘନାଦ ବେହେରା ଓ ସୁଦେଶ ସେଠୀ ଅଭିଜ୍ଞ ବ୍ୟକ୍ତି ଭାବେ ଯୋଗଦେଇ ବାତ୍ୟା ଓ ବନ୍ୟା ସମୟରେ ଲୋକମାନେ ଭୟଭୀତ ନ ହୋଇ ନିଜ ନିଜ ମଧ୍ୟରେ ସହଯୋଗର ହାତ ବଢାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ଏହି ପ୍ରଶିକ୍ଷଣ ଶିବିର ରେ ଜିଲ୍ଲାରେ ଥିବା ୧୦ ଟି ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳୀ ର ରକ୍ଷଣା ବେକ୍ଷଣ ପରିଷ୍କାର ପରିଛନ୍ନ ରଖିବା ସହିତ ଠିକ ସମୟରେ ଉକ୍ତ ଆଶ୍ରୟ ସ୍ଥଳୀ ର ଉପଯୋଗ ଓ ଭବିଷ୍ୟତ ରେ କିପରି ବ୍ୟବହାର ଉପଯୋଗୀ ହୋଇପାରିବ ତାହା ସମସ୍ତଙ୍କ ଦାୟିତ୍ବ ବୋଲି ସୁଦେଶ ସେଠୀ ପରାମର୍ଶ ଦେଇଥିଲେ l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌର ପରିଷଦ ନବରଙ୍ଗପୁର ଶଙ୍କର କେରକେଟା, ରାମଶଙ୍କର ଦାସ, ଜଗଜୀବନ ନାୟକ, ଜଗଦୀଶ ବାଘ, ଟଭା ଭତ୍ରା, ମାଳତୀ ମାଝୀ, ପ୍ରମିଳା ଗଣ୍ଡ, ଡମୁ ଭତ୍ରା , କୃଷ୍ନ ଚନ୍ଦ୍ର ଭତ୍ରା , କୁନା ସାହୁ, ଗଗନ ବିଶୋଇ, ପରିମଳ ରନ୍ଧାରୀ, ଏ ମୀନା, ରିନା ରାଣୀ ପାତ୍ର, ଅଭିନାଶ ପାତ୍ର, ଅଜୟ କୁମାର ନାୟକ, ରାମକୃଷ୍ଣ ପୂଜାରୀ, କୋରାପୁଟ ଜିଲ୍ଲା ର ଜିଲ୍ଲା ଜରୁରୀ କାଳୀନ ବିଭାଗର ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ଅବନୀ କାନ୍ତ ଭୂୟାଁ, ଅନନ୍ତ କୁରାମି ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l