March 10, 2026

ଗଞ୍ଜାମର ଜିଲ୍ଲାପାଳ ଦାୟିତ୍ୱ ନେଲେ ୱି.କୀର୍ତ୍ତୀ ୱାସନ୍‌

IMG-20250729-WA0020
Share

 

ଛତ୍ରପୁର.୨୯/୭/୨୦୨୫(ଅରୁଣ କୁମାର ପଣ୍ଡା)ଗଞ୍ଜାମ ଜିଲ୍ଲା ର ନୂତନ ଜିଲ୍ଲାପାଳ ଭାବେ ୱି.କୀର୍ତ୍ତୀ ୱାସନ୍‌ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି | ୨୦୧୮ ବ୍ୟାଚ ର ଆଇଏଏସ ଏହା ପୂର୍ବରୁ ସେ କୋରାପୁଟ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ | ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାରେ ଆଇଏଏସ ପ୍ରୋବେସନାଲ ରହିବା ସହ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ପରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି | ସବଡ଼ିଭିଜନ ସ୍ତରୀୟ ଜ଼ିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି ହେଉଛି ଏଣିକି ବ୍ଲକ ସ୍ତରରେ ମଧ୍ୟ ଜ଼ିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି ହେବ ବୋଲି ସେ ଖବରଦାତା ମାନଙ୍କୁ ସୂଚନା ଦେଇଛନ୍ତି ଜନସାଧାରଣ ଙ୍କ ନିକଟରୁ ଆସୁଥିବା ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବା ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି| | ଜ଼ିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ ଯୋଜନା ଗୁଡିକ ଯେପରି ଯୋଗ୍ୟ ହିତାଧିକାରୀ ଙ୍କ ନିକଟରେ ପହଂଚିବ ସହ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଵା ଉପରେ ଅଧିକ ଫୋକସ ରହିବ ବୋଲି ଜ଼ିଲ୍ଲାପାଳ କହିଛନ୍ତି | ଦାୟିତ୍ୱ ଗ୍ରହଣ ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ଦର୍ଶନ ଓ ଆଶ୍ରିବାଦ ନେଇଥିଲେ | ପୂର୍ବରୁ ଏଠାରେ ଥିବା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ପୁରୀ ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା