ଗୋଟିଏ ବୃକ୍ଷ ଗୋଟିଏ ଜୀବନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଞ୍ଜାମ : ପ୍ରଦିପ କୁମାର ପଣ୍ଡା
ଗଞ୍ଜାମ ସହର ଋଷିକୂଲ୍ୟା ନଦୀ ନିକଟରେ ଅବସ୍ଥିତ ଓଏସଏପି ଅଷ୍ଟମ ବଟାଲିୟନ ପକ୍ଷରୁ ଗୋଟିଏ ବୃକ୍ଷ ଗୋଟିଏ ଜୀବନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦୁର୍ଗପତି ସାରଦା ପ୍ରସାଦ ଦାସ ଙ୍କ ନେତୃତ୍ୟରେ ଆୟୋଜିତ ସବୁଜ ସୁନ୍ଦର କାର୍ଯ୍ୟକ୍ରମରେ ବାଟାଲିୟନ ପରିସର ରେ ପିଜୁଳି, ଆମ୍ବ, ନଡ଼ିଆ ଏପରିକି ବିଭିନ୍ନ କିସମର 200 ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଥିଲା l
ଉପ-ଦୂର୍ଗପତି ଯଶୋବନ୍ତ ସେଠି, ସହ-ଦୁର୍ଗପତି କେ. ବିଜୟ ରତ୍ନ, ସୁବେଦାର ଦୁଧିଷ୍ଠିର ରେଡି,ବଂଶୀଧର ପ୍ରଧାନ,ଶରତ ଗୌଡ଼,ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଯଶୋବନ୍ତ ସ୍ୱାଇଁ,ସମ୍ପାଦକ ଜଗନ୍ନାଥ ସେଠି ପ୍ରମୁଖ ଙ୍କ ସହ ସମସ୍ତ ଅଫିସର ଓ ସଙ୍ଘ କର୍ମକର୍ତ୍ତା, ହାବିଲଦାର ଓ ସିପାହୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ପରିବେଶ ସୁରକ୍ଷା ନେଇ ଶପଥ ନେଇଥିଲେ l
