October 5, 2024

କର୍ମଚାରୀ ମାନ୍ୟତା ଦାବୀ ଓ ପାରିଶ୍ରମିକ ବୃଦ୍ଧି ଦାବିରେ ବିଧାନସଭା ଘେରିଲେ,ସ୍ୱଚ୍ଛସାଥି ଓ ସୁପରଭାଇଜର ସଙ୍ଘ..

Share

 

ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନ ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଭିନ୍ନ ଏନ. ଏ.ଏସି ମାନଙ୍କରେ ବିଭିନ୍ନ ପରିମଳ କାର୍ଯ୍ୟ, ୟୁଜର୍ସ ଫିଜ କଲେକ୍ସନ,ସର୍ଭେ, ବିଭିନ୍ନ ଯୋଜନା ର ସଚେତନ କାର୍ଯ୍ୟ ଭଳି ଅନେକ କାର୍ଯ୍ୟ କରୁଥିବା *ସ୍ୱଚ୍ଛସାଥି ଓ ସୁପରଭାଇଜର* ନିଜର ଦଶ ଦଫା ଦାବୀକୁ ନେଇ ଆଜି ବିଧାନସଭା ଘେରାଉ କରି ନିଜ ଦାବୀ ଉପସ୍ଥାପିତ କରିଛନ୍ତି I

ସୂଚନାଯୋଗ୍ୟ ସ୍ୱଚ୍ଛସାଥି ଓ ସୁପରଭାଇଜରମାନେ ଦୀର୍ଘ ୬ ବର୍ଷରୁ ଅଧିକ ସମୟ ଧରି ମିଶନଶକ୍ତି ବିଭାଗରୁ ଆସି ଦୀର୍ଘ ଦିନ ହେବ ମାତ୍ର 4-8 ହଜାର ଟଙ୍କାର ସ୍ୱଳ୍ପ ଦରମାରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନ ରେ ସହରାଞ୍ଚଳ ରେ ସରକାରୀ ଯୋଜନା କୁ ସଫଳ ରୂପାୟନ କରିବା ରେ ମୁଖ୍ୟ ଭୂମିକା ନେଉଛନ୍ତି I କିନ୍ତୁ ଗତ ସରକାର ରେ ମାସିକ ଦରମା ସ୍ୱଚ୍ଛସାଥି ଙ୍କ ପାଇଁ 8ହଜାର ଓ ସୁପରଭାଇଜର ପାଇଁ 12 ହଜାର କୁ ବୃଦ୍ଧି କରିଥିଲେ କିନ୍ତୁ ସେଥିରେ ଅନେକ ସର୍ତ୍ତ ରଖିଛନ୍ତି ଯାହାକି ୟୁଜର୍ସ ଫିଜ କଲେକ୍ସନ ସହ ଦରମା କୁ ଯୋଡିବା ଭଳି ଅନେକ ଅନିୟମିତ ଯୋଗୁଁ କର୍ମଚାରୀ ମାନଙ୍କ ଦରମା ମିଳିବା ଅପେକ୍ଷା ଅନେକ ଅସଂଗତି ଲାଗି ରହିଛି ଓ କର୍ମଚାରୀ ମାନ୍ୟତା ମିଳି ନ ଥିବା କାରଣ ରୁ ବର୍ତ୍ତମାନ ସରକାର ରେ କର୍ମଚାରୀ ମାନେ ନିଜ ଭବିଷ୍ୟତ କୁ ନେଇ ଅନିଶ୍ଚିତତା ଭିତରେ କାର୍ଯ୍ୟ କରୁଛନ୍ତି I ଗତ ଏକ ମାସ ମଧ୍ୟରେ ବାରମ୍ବାର ନୁଆଁ ସରକାରଙ୍କ ପାଖରେ ନିଜ ଦାବୀକୁ ଉପସ୍ଥାପିତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି I

ଏହାକୁ ନେଇ ସାରା ରାଜ୍ୟରେ ଉଭୟ ସଙ୍ଘ ତରଫରୁ ସବୁ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ସହିତ, ଦାବିପୂରଣ ନହେଲେ 29/07/24 ରେ ପିଏମଜିରେ ବିକ୍ଷୋଭ ସହ ଧାରଣା ଦିଆଯିବ ବୋଲି ରାଜ୍ୟ ସଙ୍ଘ ଡାକରା ଦେଇଥିଲା I

ଏହିକ୍ରମରେ ଆଜି ଲୋୟାର ପିଏମଜିରୁ ସଙ୍ଘ ପକ୍ଷରୁ ଏକ ବିଶାଳ ରାଲି ବାହାରି ବିଧାନସଭା ଆଡକୁ ଅଗ୍ରସର ହୋଇଥିଲେ I ପିଏମଜି ନିକଟସ୍ଥ ଧାରଣା ସ୍ଥଳରେ ଆୟୋଜିତ ବିକ୍ଷୋଭ ସଭାରେ ର

ସଙ୍ଘ ପକ୍ଷରୁ କର୍ମଚାରୀର ମାନ୍ୟତା, ବର୍ଦ୍ଧିତ ଦରମା ଲାଗୁ କରିବା, ସର୍ବନିମ୍ନ ମଜୁରୀ ଦେବା, ଇପିଏଫ/ଇଏସଆଇ ସୁବିଧା ଦେବା ଆଦି ଦାବୀ ଉପରେ ଆଲୋଚନା କରିଥିଲେ I ସରକାରଙ୍କ ତରଫରୁ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦେବାଶିଷ ସିଂଙ୍କ ସହ ଆଲୋଚନା ପ୍ରକାରେ ଆଗାମୀ ଅଗଷ୍ଟ ୧୯ ତାରିଖ ମଧ୍ୟରେ ଦାବୀ ପୂରଣ କରାଯିବ ଏବଂ ସରକାର ଏହି ସବୁ ଦାବୀ ଉପରେ ସଚେତନ ଅଛନ୍ତି ନିଶ୍ଚୟ ପୂରଣ ହେବ ବୋଲି ପ୍ରତିଶୃତି ପ୍ରକାରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ଅନୁବନ୍ଧିତ ସର୍ବଭାରତୀୟ ଶ୍ରମିକ ସଂଗଠନ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ଇଫଟୁ ନେତା ପ୍ରଶାନ୍ତ ପରିଛା, ସଂଘର ଉପଦେଷ୍ଟା ଭାଲଚନ୍ଦ୍ର ଷଡ଼ଙ୍ଗୀ, ପ୍ରଗତିଶୀଳ ବୁଦ୍ଧିଜୀବି ଶ୍ରୀମନ୍ତ ମହାନ୍ତି, ସ୍ୱଚ୍ଛସାଥି ସଙ୍ଘର ରାଜ୍ୟ ସଭାପତି ଶୈଳ ମଲ୍ଲିକ, ସୁଦେଷ୍ଣା ନାୟକ, କୋଷାଧ୍ୟକ୍ଷ ସଂଯୁକ୍ତା ଦାସ, ଲକ୍ଷ୍ମୀବତୀ ନାୟକ, ସୁଷମା ସିଂ ଓ ରାଜ୍ୟର ସମସ୍ତ ୟୁଏଲବିର ସ୍ଵଚ୍ଛସାଥି ଓ ସୁପରଭାଇଜରମାନେ ଉପସ୍ଥିତ ଥିଲେ I

 

ନିବେଦକ

ଓଡିଶା ସ୍ୱଚ୍ଛସାଥି ଓ ସୁପରଭାଇଜର ସଙ୍ଘ, ଓ ନିଖିଳ ଓଡିଶା ୱାର୍ଡ କୋର୍ଡିନେଟର ୟୁନିଅନ ତରଫରୁ

 

ପ୍ରତାପ ପ୍ରଧାନ- 9337022601

(ଇଫଟୁ ରାଜ୍ୟ ସଭାପତି)

 

ସଂଯୁକ୍ତା ଦାସ -7381276300

(ରାଜ୍ୟ କୋଷଧ୍ୟକ୍ଷା, ସ୍ୱଚ୍ଛସାଥି ସଙ୍ଘ