October 5, 2024

ନାଗାବଳୀ ଲାୟନ୍ସ କ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Share

 

ରାୟଗଡା: ରାୟଗଡା ନାଗାବଳୀ ଲାୟନ୍ସ କ୍ଳବ୍ ତରଫରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ସଭାପତି ଶ୍ରୀମତୀ ଶୁଭ୍ରା ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି ।ନାଗାବଳୀ ଲାୟନ୍ସ କ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଡି.ଏସ.ଓ, କ୍ଲବର ସମ୍ପାଦକ ଶ୍ରୀ ବିପିନ ବିହାରୀ ବିଶ୍ବାଳ, ଚର୍ଟର ସଭାପତି ଡକ୍ଟର ଡି.କେ ମହାନ୍ତି, କୋଷାଧ୍ୟକ୍ଷ ସୁଦର୍ଶନ ପାଢୀ, ପ୍ରଥମ ସଭାପତି ଶ୍ରୀ ଅଜିତ୍ ପାଣିଗ୍ରାହୀ, ରୁବୀ କୁଣ୍ଡୁ, ଦିପ୍ତିଲତା ପଣ୍ଡା, ରିତା ରାଣୀ ମିଶ୍ର ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବୃ୍ଷରୋପଣ କାର୍ଯ୍ୟକ୍ରମରେ ଅନେକ ପ୍ରକାର ଔଷଧିୟ ଗଛ ସାଙ୍ଗକୁ ତାଳ ଗଛ, ନଡ଼ିଆ, ଗୁଆ, କଦମ୍ବ ଓ ସୌନ୍ଦର୍ଯ୍ୟ କରଣ ପାଇଁ ଫୁଲଗଛ ଗୁଡ଼ିକ ମଧ୍ୟ ଲଗା ଯାଇଥିଲା । ଏହିଭଳି କାର୍ଯ୍ୟକ୍ରମ ଆଗକୁ ଆହୁରି ଅଧିକ କରାଯିବ ବୋଲି ସଭାପତି ସୁଭ୍ରାପଣ୍ଡା କହିଛନ୍ତି ।

 

ବୃକ୍ଷର ମାହାତ୍ମ୍ୟ ଓ ଧରଣୀ ମା ର ସୁରକ୍ଷା ପାଇଁ ଗଛର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବୃକ୍ଷ ଅଛି ତୋ ଜୀବନ ଅଛି । ମଣିଷଟିଏ ଗଛଟିଏ ଏହି ଶବ୍ଦକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ସମସ୍ତେ ଶପଥ ମଧ୍ୟ କରିଥିଲେ । କାର୍ଯକ୍ରମ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉପସ୍ତିତ ଥିଲେ। କାର୍ଯକ୍ରମ ଅତି ସଫଳତାର ସହ ସମାପ୍ତ ହୋଇଛି ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ