October 6, 2024

ଉତ୍କଳୀୟ ଗୋପାଳ ବୈଷ୍ଣବ ସମାଜ ପକ୍ଷରୁ ଗୋପ ସାଧାରଣ ଅଧିବେଶନ ଅନୁଷ୍ଠିତ l 

Share

 

ଗୋପ :- 29/07/2024 ( ) ସମଗ୍ର ରାଜ୍ୟରେ ଏବେ ଜାତିଭିତ୍ତିକ ସଂଗଠନ ମାନ ଘଡି ଉଠିଛି l ଠିକ ସେହିପରି ଉକ୍ତଳୀୟ ଗୋପାଳ ବୈଷ୍ଟବ ସମାଜ ପକ୍ଷରୁ ଦୀର୍ଘ 8 ବର୍ଷଧରି ଓଡିଶା ରେ ବିଭିର୍ନ୍ନ ପ୍ରାନ୍ତରେ ଥିବା କର୍ମକର୍ତ୍ତାଙ୍କୁ ନେଇ ସଭା ଓ ସମାବେଶ ଆଦି ଅନୁଷ୍ଠିତ ହେଉଛି l ଗତ ରବିବାର ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ଗଣେଶ୍ୱରପୁର ପଞ୍ଚାୟତ ର ବେଣିପୁର ଗ୍ରାମର ଉତ୍କଳୀୟ ଗୋପାଳ ବୈଷ୍ଟବ ସମାଜ ତରଫରୁ ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ଏହି ଅଧିବେଶନ ଉତ୍କଳୀୟ ଗୋପାଳ ବୈଷ୍ଟବ ସମାଜ ର ସଭାପତି – ଧୃବ ଚରଣ ଦାସ,

ଉପ-ସଭାପତି- ନିରଞ୍ଜନ ଦାସ

ସମ୍ପାଦକ – ବସନ୍ତ କୁମାର ଦାସ

ଯୁଗ୍ମ ସମ୍ପାଦକ – ସ୍ପନ୍ଦନ ପୁଝାରୀ

ଯୁଗ୍ମ ସମ୍ପାଦକ – ସାଇନାଥ ଦାସ

କୋଷାଧକ୍ଷ୍ୟ – ମୃତ୍ୟୁଞ୍ଜୟ ଦାସ ପ୍ରଭୁତି ଅନେକ ବ୍ୟକ୍ତିବିଶେଷ ଉକ୍ତ ଅଧିବେଶନ ରେ ଯୋଗ ଦେଇଥିଲେ l ନୂତନ ସରକାର ସମସ୍ତ ବର୍ଗ ବ୍ୟକ୍ତି ବିଶେଷ ଙ୍କ ପାଇଁ କିଛି ନା କିଛି ଯୋଜନା ମାନ ପ୍ରସ୍ତୁତ କରୁଥିବେଳେ ଉତ୍କଳୀୟ ଗୋପାଳ ବୈଷ୍ଟବ ଙ୍କ ପାଇଁ କୌଣସି ଯୋଜନା କରିନଥିବାରୁ ସଭାପତି କ୍ଷବ ପ୍ରକାଶ କରିଥିଲେ l ଆଗାମୀ ଦିନରେ ଗୋପାଳ ବୈଷ୍ଟବ ସମାଜ ପକ୍ଷରୁ ମାନ୍ୟବର ମୋହନ ସରକାର ଙ୍କୁ ସାକ୍ଷାତ କରି ନିଜର ସମସ୍ୟା ସମ୍ପର୍କ ରେ ଆଲୋଚନା କରିବେ ବୋଲି ସମ୍ପଦକ କହିଥିଲେ l ଏହି ଅଧିବେଶନ ରେ ପ୍ରାୟ 14 ଟା ଜିଲ୍ଲାରୁ 3 ଶହ କର୍ମକର୍ତ୍ତା ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ର

ମୁଖ୍ୟ ପରିଚାଳକ ଭାବେ ବଳରାମ ଦାସ ଓ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ଦାସ ଏବଂ ବିଭୂତି ଭୂଷଣ ଦାସ ଅଧିବେଶନ କୁ ସମ୍ପାଧାନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ