October 6, 2024

ଉମରକୋଟ ବ୍ଳକ ସ୍ତରୀୟ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ……..

Share

 

ନବରଙ୍ଗପୁର:-(ଏମ.ଦୀନା°ଶୁ ଆଚାରୀ) ତା ୨୯/୦୭/୨୦୨୪ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ବ୍ଲକ କାର୍ଯ୍ଯାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର ରେ ବ୍ଳକର ବିଭିନ୍ନ ଅଞ୍ଚଳରୁ ନିଜର ବ୍ୟକ୍ତିଗତ, ସାମୁହିକ ଆପତ୍ତି ଅଭିଯୋଗ ର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଭେଟି ଜଣାଇବା ପାଇଁ ଆସିଥିବା ୩୪ ଜଣ ଙ୍କର ନାମ ପଞ୍ଜୀକରଣ କରାଯାଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ୨୪ଜଣ ଙ୍କର ରହିଥିବା ବେଳେ ଦଳଗତ ୧୦ ଗୋଟି ରହିଥିଲା ଏଥିରେ ରାସ୍ତା ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ, ପାନୀୟ ଜଳ, ବାର୍ଦ୍ଧକ୍ୟ ଭତ୍ତା, ପୋଲିସ କେଶ୍, ଜମି ବିବାଦ, ବିଦ୍ୟୁତ୍ ସଂଯୁକ୍ତ କରଣ, ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ, ବିଦ୍ୟାଳୟ ଗୃହ ମରାମତି, ସ୍ୱାସ୍ଥ୍ୟ ଚିକିତ୍ସା,ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା,ସାମାଜିକ ସୁରକ୍ଷା ସହାୟତା, ଜବ କାର୍ଡ, ଜମି ଯବ ର ଦଖଲ,ପେନସନ୍ କେଶ୍ ଇତ୍ୟାଦି ସଂକ୍ରାନ୍ତୀୟ ଆପତ୍ତି ଅଭିଯୋଗ ଜିଲ୍ଲପାଳ ଡଃ କମଳ ଲୋଚନ ମିଶ୍ର ଶୁଣାଣି କରି ଏସବୁ ର ସମାଧାନ ନିମନ୍ତେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଜନଶୁଣାଣି ଶିବିର ରେ 6 ଗୋଟି କେଶ୍ ର ତୁରନ୍ତ ସମାଧାନ କରାଯାଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ସାମାଜିକ ସୁରକ୍ଷା ସହାୟତା ରେ ୩ ଜଣ ଙ୍କୁ ଟ୍ରାଇ ସାଇକେଲ, ୧୯ ଜଣ ଙ୍କୁ ମଧୁବାବୁ ପେନସନ,୨୨ ଜଣ ଙ୍କୁ ଶ୍ରବଣ ଜନ୍ତ୍ର, ୦୨ଜଣ ଙ୍କୁ ହୁଇଲ ଚେୟାର, ଜିଲ୍ଳାପାଳ ଡଃ ଙ୍କ ଦ୍ଵାର ପ୍ରଦାନ କରାଯାଇଥିଲା। ଏହି ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର ରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚିନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଏସ୍ ଡି ପିଓ ଉମରକୋଟ, ମଧୁଶିକ୍ତl ମିଶ୍ର, ବ୍ଲକ ଅଧ୍ୟକ୍ଷ ସୁଶୀଳା ମାଝୀ, ବିଡିଓ, ପ୍ରୀତି ରଞ୍ଜନ ରଥ, ତହସିଲଦାର ମେଘବାନ ବାଘ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ମଳୟ କୁମାର ତ୍ରିପାଠୀ, ପି ଏ ଆଇ ଟି ଡି ଏ, ସଂଜୀବ କୁମାର ସାହୁ,,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଶିବାନୀ ଗୁହା,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ୍ କୁମାର ପଟ୍ଟନାୟକ,ଏ ଡି ଭି ଓ, ଡକ୍ଟର ଦିଲୀପ କବିରାଜ, ନିର୍ବାହୀ ଯନ୍ତ୍ରୀ ଟି ପି ଏସ୍ ଓ ଡିଏଲ୍, ସିବେଶ ରାମ ସାହୁ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ,ପ୍ରମୁଖ ଯୋଗଦେଇ ଥିଲେ।