October 6, 2024

ବରିଡ଼ା-ଏ ଗ୍ରାମପଞ୍ଚାୟତରେ ମଦ ଦୋକାନ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ସରପଞ୍ଚ 

Share

ଛତ୍ରପୁର -୨୯/୭/୨୪(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଳାର କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ବରିଡ଼ା-ଏ ଗ୍ରାମପଞ୍ଚାୟାତର ସରପଞ୍ଚ, ସମିତିସଭ୍ୟ, ନ୍ୟାଏବ ସରପଞ୍ଚ ଓ ୱାର୍ଡ଼ସଭ୍ୟମାନଙ୍କ ଉପସ୍ଥିତିରେ ପଂଚାୟତରେ ଏକ ବୈଠକ ମାଧ୍ୟମରେ ଅଧିବେଶନ ନଂ -୪ ଅନୁସାରେ ସର୍ବସମ୍ମତି କ୍ରମେ ପଞ୍ଚାୟତରେ ମଦ କାଉଣ୍ଟର ନ ଖୋଲିବା ପାଇଁ ନିଷ୍ପତି ହୋଇଥିଲା l ସେ ଅନୁସାରେ ଆଜି ସରପଞ୍ଚଙ୍କ ନେତୃତ୍ବରେ ନାଏବ ସରପଞ୍ଚ, ୱାର୍ଡ଼ସଭ୍ୟ ଓ ଗ୍ରାମବାସୀ ଛତ୍ରପୁର ଆସି ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ତାହା ସହିତ ଏହାର ଅବିକଳ ନକଲ SP, ଅବକାରୀ, ବିଧାୟକ, ସାଂସଦ,BDO, ତହସିଲଦାର ଓ IIC ଙ୍କୁ ପ୍ରଦାନ କରିଛନ୍ତି l ଆଗାମୀ ଦିନରେ ଏହି ପଂଚାୟତକୁ ଶାନ୍ତିପୂର୍ଣ୍ଣ ପରିବେଶ ଓ ଯୁବକମାନଙ୍କୁ ପ୍ରଥଭଷ୍ଟ ନ କରିବା ଉଦ୍ଦେଶ୍ୟରେ ,କୌଣସି ପରିସ୍ଥିତିରେ ବି ଏହି ପଂଚାୟତରେ ମଦ ଦୋକାନ ନ ଖୋଲିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯଦି ସରକାର ଓ ପ୍ରଶାସନ ତରଫରୁ ମଦ ଦୋକାନ ବନ୍ଦ କରିବା ପାଇଁ ପଦକ୍ଷେପ ନିଆ ନ ଯାଏ ଆଗାମୀ ଦିନରେ ରାଜ ରାସ୍ତା କୁ ଓଲ୍ହାଇ ବାକୁ ଚେତାବନୀ ଦେଇଛନ୍ତି ସରପଞ୍ଚ ଗୀତା ଞ୍ଜଳୀ ସାହୁ।