March 7, 2026

ମଲିପସି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

IMG-20250629-WA0051
Share

 

 

ହାଟଡିହି – ୨୯/୦୬(ମନମୋହନ ନାୟକ) : ହାଟଡିହି ବ୍ଲକ ମଲିପସି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଦାଧର ନାୟକଙ୍କୁ କ୍ଲଷ୍ଟର ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେଶ୍ୱର ଜେନାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ଏ.ବି.ଇ.ଓ ପ୍ରମୋଦ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ପ୍ରଫୁଲ୍ଲ କୁମାର ଜେନା, ସି ଆର ସି ସି ଲକ୍ଷ୍ମଣ ମାଝୀ ପ୍ରମୁଖ ଯୋଗ ଦେଇ ବିଦାୟୀ ଶିକ୍ଷକ ଗଦାଧର ନାୟକଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ତାଙ୍କୁ କ୍ଲାଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରଯାଇଥିଲା। ତାଙ୍କ ଅବସର ଜୀବନ ସୁଖ ଶାନ୍ତିରେ କଟୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ଶିକ୍ଷକ ତମାଳ ନାୟକ , ସରୋଜିନୀ ପୁହାଣ, ବୁଲି ହାଂସଦା, ଜୟନ୍ତ ସାହୁ, ଆଲୋକ ସାହୁ, ବୃନ୍ଦାବନ ଡାକୁଆ, ଭଗବାନ ଦାସ, ଗଣେଶ ଗଇପାଇ, ବାଗରାଇ ମାଝୀ, ତୁଳସୀ ସାହୁ, ବସନ୍ତ ନାୟକ, ତୁମ୍ବିବାନ ସିଂ, ନରେନ୍ଦ୍ର ହୋ, ଦୁର୍ଗା ପୂର୍ତ୍ତି, ବାମନ ନାଏକ, ଆକାଶ ସାହୁ, ତୁଷାରକାନ୍ତ ନାୟକ ପ୍ରମୁଖ ଶିକ୍ଷକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।