March 11, 2026

ମୋହନା ଥାନା କପାଖାଲ ଗାଁ ନିକଟରେ ବାଇକ ଦୁର୍ଘଟଣା, ଦୁଇ ଗୁରୁତର। 

IMG-20250629-WA0030
Share

 

 

ବାଇକ ଦୁର୍ଘଟଣା ରେ ଦୁଇ ଗୁରୁତର, ମୋହନା ମେଡିକାଲ ରେ ଭର୍ତ୍ତି, ଏଭଳି ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କପାଖାଲ ଗ୍ରାମ ନିକଟରେ। ଆଜି ଅପରାହ୍ନ ଚାରିଟା ସମୟରେ ମୋହନା ବ୍ଲକ ଅନ୍ତର୍ଗତ କଳାମେରୀ ଗାଁ କୁ ଦୁଇଜଣ ଯୁବକ କମଳାପୁର ଗାଁ ର ପ୍ରଭାକର ଗୌଡ଼ ଓ କୁରେଶ ଗୌଡ଼ ଭୋଜି ଖାଇବାକୁ ଆସିଥିଲେ। ଭୋଜି ଖାଇ ନିଜ ଗାଁ କୁ ଫେରୁଥିବା ବେଳେ କପାଖାଲ ଗାଁ ନିକଟରେ ଏକ ଟ୍ରକ କୁ ବ୍ୟତିକ୍ରମ କରିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା। ଯାହା ଫଳରେ ଦୁଇଜଣ ସେଠାରେ ଛିଟିକି ହୋଇ ପଡି ରହିଥିଲେ। ସେଠାରେ ଥିବା କିଛି ସ୍ଥାନୀୟ ଲୋକେ ଏମ୍ବୁଲେନ୍ସ କୁ ଡାକି ମୋହନା ମେଡିକାଲ ରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ପ୍ରାଥମିକ ଚିକିତ୍ସା ରେ ଡାକ୍ତର ଜାଣିବାକୁ ପାଇଥିଲେ ଉଭୟଙ୍କ ଗୋଡ ଓ ଶରୀର ରେ ଗଭୀର ଆଘାତ ଲାଗିଥିବା ଜଣା ପଡିଥିଲା। ଯାହା ଫଳରେ ଗୁରୁତର ଅବସ୍ଥାରେ ଦୁଇଜଣ ଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।