July 3, 2024

ଶିଶୁମନ୍ଦିର ସଭାପତି ଙ୍କ ପରଲୋକ

Share

 

ରାଜସୁନାଖଳ,(ଉପାନ୍ତ ଖବର):ରାଜସୁନାଖଳା ସରସ୍ବତୀ ଶିଶୁମନ୍ଦିର ର ସଭାପତି ଶ୍ରୀ ଶ୍ରୀକାନ୍ତ ନାୟକ ଙ୍କ ଗତ କାଲି ରାତି ୧୦.୩୦ ରେ ପରଲୋକ ହୋଇଯାଇଛି। ସେ ଆଗରୁ ମଧୁମେୟ ରୋଗରେ ପୀଡିତ ଥିଲେ ହଠାତ ଛାତି ରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ରାଜସୁନାଖଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ତାଙ୍କ ପୁଅ ନେଇଯାଇଥିଲେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ଅଧିକା ଚିକିତ୍ସା ପାଇଁ ଭୁବନେଶ୍ୱର ହସ୍ପିଟାଲ କୁ ରେଫର କରିଥିଲେ କିନ୍ତୁ ସେ ହସ୍ପିଟାଲ ପହଂଚି ବା ପୂର୍ବ ରୁ ରାସ୍ତା ରେ ତାଙ୍କ ପ୍ରାଣ ଚାଲିଯାଇଥିଲା। ଶ୍ରୀ ନାୟକ ଆଜକୁ ୬ବର୍ଷ ହେଲା ଶିଶୁମନ୍ଦିର ର ସଭାପତି ଭାବେ ଅବସ୍ଥାନ କରି ଆସୁଥିଲେ. ସରକାରୀ ବିଦ୍ୟାଳୟ ରେ ହିନ୍ଦୀ ଶିକ୍ଷକ ଭାବେ ଅବସରନେବା ପରେ ସେ ଶିଶୁମନ୍ଦିର ର ସଭାପତି ରହିଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ଶିଶୁମନ୍ଦିର ର ଗୁରୁଜୀ ଗୁରୁମା ମାନେ ଦୁଃଖ ରେ ଭଙ୍ଗୀ ପଡିଛନ୍ତି ସେ ସ୍କୁଲ ର କିପରି ଉର୍ନ୍ନତି ହେବ ସଦା ସର୍ବଦା ଚେଷ୍ଟିତ ଥିଲେ। ଜଣେ ଭଲ ଶିକ୍ଷା ବିତ, ମେଳାପୀ ଥିଲେ ସମସ୍ତ ଙ୍କ ଆଦର ସଭାପତି ଥିଲେ ମୃତ୍ୟୁ ବେଳକୁ ତାଙ୍କ ଏକ ମାତ୍ର ପୁଅ ଉପସ୍ଥିତ ଥିଲେ। ଯାହାକି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।