July 3, 2024
Share

୧-ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ନିଯୁକ୍ତ,ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ପାଇଁ କାର୍ଯ୍ୟ କରିବି-ମନୋଜ ଆହୁଜା

୨-ମଧ୍ୟାହ୍ନ ଭୋଜନରେ ଉପରେ ମହଙ୍ଗା ମାଡ଼ । ଡାଲି ଓ ପରିବା ଦର ଆକାଶଛୁଆଁ । ଡାଲମାରେ ନା ଅଛି ଡାଲି, ନା’ ଅଛି ପରିବା ।

୩-ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ । ୩ ଦିନ ପାଇଁ ମତ୍ସ୍ୟଜୀବୀଙ୍କ ଗଭୀର ସମୁଦ୍ର ଯିବା ମନା।

୪-ରଥଯାତ୍ରା ଯାତ୍ରା ପାଇଁ ପୁରୀକୁ ଚାଲିବ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍।

୫-ଅନୁଗୋଳ:ଖାକିରେ ଦାଗ, ଗଞ୍ଜେଇ କାରବାର କରି ନିଲମ୍ବିତ ହେଲେ ୪ ପୋଲିସ ବାବୁ।

୬-କଟକ: ଚଳନ୍ତା ଅବସ୍ଥାରେ ‘ମୋ ବସ୍’ ରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର।

୭-ଏଥର ରଥଯାତ୍ରା ହେବ ସ୍ବତନ୍ତ୍ର ଓ ବିରଳ । ନୂଆ ସରକାରଙ୍କ ଫୋକସ୍‌ରେ ପୁରୀ । ପ୍ରାକ୍ ପ୍ରସ୍ତୁତି ଉପରେ ନଜର, ଘନ ଘନ ସମୀକ୍ଷା କରୁଛନ୍ତି ବିଭିନ୍ନ ବିଭାଗୀୟ ମନ୍ତ୍ରୀ ।

୮-ଦୁବାଇରେ ଓଡ଼ିଶାର ‘ଆମ୍ରପଲ୍ଲି’ ଆମ୍ବ; ଅନ୍ତଃରାଷ୍ଟ୍ରୀୟ ବଜାରରେ ରହିଛି ବେଶ ଚାହିଦା।

୯-ମେକ୍ ଇନ୍ ଓଡ଼ିଶା କନକ୍ଲେଭର ନୂଆ ନାଁ ହେବ ଉତ୍କଳ ଇନଭେଷ୍ଟର୍ସ ସମିଟ; ବଦଳିବ କିଛି ଯୋଜନାର ନାଁ।

୧୦-ଭୁବନେଶ୍ୱର: ପାର୍କ, ଫୁଟ୍ ପାଥ୍..ରାଜ୍ୟସାରା ମାଡିଛି ଚାଇନା ଲାଇଟ୍ ଦୁର୍ନୀତି।

୧୧-ମଦ ବନ୍ଦ ବିଭ୍ରାନ୍ତି ମଧ୍ୟରେ ଅଧିକ ଦୋକାନ ଖୋଲିବାକୁ ବିଜ୍ଞପ୍ତି, ରାଜ୍ୟରେ ମଦ ବନ୍ଦ ହେଲେ ବର୍ଷକୁ ୬୦୦୦କୋଟି ରାଜସ୍ବ କ୍ଷତି।

୧୨-ଭୁବନେଶ୍ୱର: ରାଜ୍ୟରେ ନିବେଶ ହେବ ୨.୫ଲକ୍ଷ କୋଟି: ମନ୍ତ୍ରୀ

୧୩-୫ ମାସ ପରେ ଜେଲରୁ ମୁକୁଳିଲେ ଝାଡଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀ । ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ।

୧୪-ହିନ୍ଦୀ ସାହିତ୍ୟର ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟର ଉଷା ଠାକୁର, ଦ୍ୱାଦଶ ବିଶ୍ୱ ହିନ୍ଦୀ ପୁରସ୍କାରରେ ସମ୍ମାନିତ।

୧୫-ଜିଓ ପ‌ରେ ଏୟାରଟେଲ ଗ୍ରାହକଙ୍କୁ ଝଟକା, ଅନେକ ପ୍ଲାନ ମୂଲ୍ୟରେ ହେଲା ବୃଦ୍ଧି।

୧୬-ବ୍ରିଜ ଟାଉନ:ଆଜି ଟାଇଟଲ ଲଢେଇ:ଭାରତ -ଦକ୍ଷିଣ ଆଫ୍ରିକା ଫାଇନାଲ।

୧୭-NEET(ନିଟ୍) କୁ ନେଇ ସଂସଦର ଉଭୟ ସଦନରେ ହଙ୍ଗାମା, ୧ ଜୁଲାଇ ପର୍ଯ୍ୟନ୍ତ ଲୋକସଭା ମୁଲତବୀ।

୧୮-ନିଟ୍ ପରୀକ୍ଷା ବିଭ୍ରାଟ: ରାଜ୍ୟ ସଭାରେ ବିଜେଡ଼ିର କକ୍ଷତ୍ୟାଗ।

୧୯-ବର୍ଷାରେ ଭୁଷୁଡିଲା ଦିଲ୍ଲୀ ବିମାନ ବନ୍ଦର ଛାତ,ଜଣେ ମୃତ,୬ ଆହତ।

୨୦-ମହାରାଷ୍ଟ୍ରରେ ୪୪ ଲକ୍ଷ ଚାଷୀଙ୍କ ବିଦ୍ୟୁତ ବିଲ ଛାଡ କରିବାକୁ ଘୋଷଣା କଲେ ସିନ୍ଦେ ସରକାର।

୨୧-କର୍ଣ୍ଣାଟକ:ଟ୍ରକ୍‌କୁ ଧକ୍କା ଦେଲା ମିନିବସ୍‌, ୧୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।