March 11, 2026

ବୃଦ୍ଧଙ୍କ ନିକଟରୁ ୫୨.୧୫୦ କେଜି ଗଞ୍ଜେଇ ଜବତ 

IMG-20250529-WA0026
Share

 

 

ବେଲଗୁଣ୍ଠା, ୨୯/୦୫, ଆଜି ଗାଙ୍ଗପୁର ପୋଲିସ ବେଆଇନ୍ ଗଞ୍ଜେଇ ଚାଲାଣ କରୁ୍ଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ଆଜି ମଧ୍ୟାହ୍ନ ସାମୟରେ ଗାଙ୍ଗପୁର ଥାନା ଏସ୍ଆଇ ଅଜୟ କୁମାର ମଲ୍ଲିକ ନିଜ ଟିମ୍ ସହିତ କଣ୍ଟେଇପଲ୍ଲୀ ଏବଂ ବଡ଼ ବୋର୍ସିଂ ଅଞ୍ଚଳରେ ପାଟ୍ରୋଲିଂ କରୁ୍ଥିବା ବେଳେ ଦୁବୁଲୁଣ୍ଡା ଘାଇ ଛକ ନିକଟରେ ଷଡ଼ଙ୍ଗୀପଲ୍ଲୀ ଗ୍ରାମର ବଳରାମ ବେହେରା (60) ଏକ ଟିଭିଏସ୍ ଏକ୍ସେଲରେ ବେଆଇନ୍ ଗଞ୍ଜେଇ ଚାଲାଣ କରୁ୍ଥିବା ଜାଣିବାକୁ ପାଇଥିଲେ I ଏସ୍ଆଇ ଶ୍ରୀ ମଲ୍ଲିକ ଏବଂ ତାଙ୍କ ଟିମ୍ ବଳରାମକୁ କାବୁ କରିବା ସହିତ ତା ନିକଟରୁ ୫୨.୧୫୦ କେଜି ଗଞ୍ଜେଇ, ମୋଟରସାଇକେଲ୍ ଏବଂ ମୋବାଇଲ୍ ଜବତ କରିଥିଲେ I ଶ୍ରୀ ମଲ୍ଲିକ ଏନେଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କୁ ଅବଗତ କରିବା ପରେ ଶ୍ରୀମତୀ ପୂଜାରୀ ଘଟଣା ସ୍ଥଳ ପରିଦର୍ଶନ କରିବା ସାହା ବଳରାମ ବିରୁଦ୍ଧରେ ୩୫୯/୨୫ ରେ ଏକ ମାମଲା ରୁଜୁ କରି ତାକୁ ଭଞ୍ଜନଗର କୋର୍ଟଚାଲାଣ କରିଥିବା ଜଣାପଡିଛି I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ