ଜିଲ୍ଲା ଏଡସ୍ ନିୟନ୍ତ୍ରଣ କମିଟି ବୈଠକ ଅନୁଷ୍ଠିତ

ଅନୁଗୋଳ,ତା.୨୯.୦୫ -ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଠାରେ ଜିଲ୍ଲା ଏଡସ୍ ନିୟନ୍ତ୍ରଣ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରେ ଏଚ୍ ଆଇ ଭି ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ଗୁଡିକ ସମ୍ପର୍କରେ ସମିକ୍ଷା କରାଯାଇଥିଲା । ଏହା ସହ ଏଡସ୍ ରୋଗ ନିୟନ୍ତ୍ରଣ ସମ୍ପର୍କରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆକ୍ରାନ୍ତମାନେ ନିୟମିତ ଭାବରେ କିପରି ଔଷଧ ପାଇପାରିବେ, ସେଥିପାଇ ପାଇଁ ନିର୍ଦ୍ଦିଷ୍ଟ ଦାୟିତ୍ବ ପ୍ରଦାନ କରାଯାଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି ,ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧୋକାରୀ(ଯକ୍ଷ୍ମା) ଡ.ମାନସ ରଞନ ବିଶ୍ବାଳ, ସହକାରୀ ଜିଲ୍ଲାପାଳ କସ୍ତୁରୀ ସି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ମହାପାତ୍ରଙ୍କ ସମେତ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଅନୁଗୋଳ ରୁ ଅଜିତ୍ କୁମାର ଭୋଇ