September 29, 2024

ତାତିରୁ ମିଳୁନି ତ୍ରାହି , ଜନ ଜୀବନ ଅସ୍ତବ୍ୟସ୍ତ…

Share

ତାତିରୁ ମିଳୁନି ତ୍ରାହି , ଜନ ଜୀବନ ଅସ୍ତବ୍ୟସ୍ତ
ବୁଗୁଡା : ତା ୨୯/୦୫/୨୪ : ଏଇ କିଛି ଦିନ ହେବ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଗତ ତିନ ହେଲା ତାପମାତ୍ରା ୪୨ ଡିଗ୍ରୀରୁ କମୁନଥିବାରୁ ବୁଗୁଡା ଅଞ୍ଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ୮ଟାରୁ ଗରମ ଅନୁଭବର ଆରମ୍ଭ ହୋଇ ମଧ୍ଯାହ୍ନ ଓ ଅପରାହ୍ନ ବେଳକୁ ଅସହ୍ୟ ହୋଇପଡୁଛି । ପ୍ରବଳ ତାତି ଯୋଗୁଁ ଅଂଶୁଘାତର ଭୟ ଘାରୁଛି । ରାସ୍ତାଘାଟ ଶୂନଶାନ ହୋଇପଡୁଛି । କୌଣସି ଜରୁରୀ କାମରେ ଯେ କେହି ଘରୁ ବାହାରିଲେ ବାଧ୍ୟ ହୋଇ ପାଣି ବୋତଲ ସହ ମୁଣ୍ଡରେ ଗାମୁଛା ବାନ୍ଧି କିମ୍ବା ଛତା ଧରିବାକୁ ପଡୁଛି । ଗରମରୁ ତ୍ରାହି ପାଇବା ପାଇଁ ଲୋକେ ଟିକେ ବର୍ଷାକୁ ଚାତକ ଭଳି ଚାହିଁ ବସିଥିଲେ ହେଁ ତାହାର ଦେଖା ମିଳୁନି । ବେଳେ ବେଳେ ପାଗ ମେଘୁଆ ରହିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ସାଙ୍ଗକୁ ଶରୀର ଝାଳେଇ ଯାଉଛି । ଅନ୍ୟପକ୍ଷରେ ବାହାର ଗରମରୁ ରକ୍ଷା ପାଇବା ପାଇଁ ଘରେ ରହିଲେ ମଧ୍ୟ ଘନ ଘନ ବିଦ୍ଯୁତ୍ କାଟ ଯୋଗୁଁ କଲବଲ ହେବାକୁ ପଡୁଛି । ତେବେ ତାତିରୁ ତ୍ରାହି ମିଳୁ ନଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।